କନକ ବ୍ୟୁରୋ: ଧର୍ମେନ୍ଦ୍ର ବନାମ ଅମଲାତନ୍ତ୍ର । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଫେରାଦ ହୋଇଛନ୍ତି ଆଇଏଏସ , ଓଏଏସ ଓ ଆଇଏଫଏସ ସଂଘ । ସେମାନଙ୍କ ଅଭିଯୋଗ ଅନୁସାରେ, ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମରେ ରାଜ୍ୟର ଜଣେ ବରିଷ୍ଠ ଆଇଏଏସଙ୍କୁ ଟାର୍ଗେଟ କରିଥିଲେ ।
ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଆଇଏଏସ ସଂଘ । ସଂଘ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଅଧିକାରୀମାନେ ସେମାନଙ୍କ କାମ ଠିକ ଢଙ୍ଗରେ କରୁଛନ୍ତି । କିନ୍ତୁ ସେମାନଙ୍କୁ ଉଚ୍ଚ ପଦରେ ଥିବା ରାଜନୈତିକ ବ୍ୟକ୍ତିମାନେ ବାରମ୍ବା ର ଟାର୍ଗେଟ କରୁଛନ୍ତି । ଏହା ସାମ୍ବିଧାନିକ ମୂଲ୍ୟବୋଧର ବିରୁଦ୍ଧାଚରଣ କରୁଛି ବୋଲି ଆଇଏଏସ ସଂଘ କହିଛି । ଏସବୁ ଘଟଣାକୁ ଉପଯୁକ୍ତ ସ୍ତରରେ ଆଲୋଚନା କରି ହସ୍ତ କ୍ଷେପ କରିବା ପାଇଁ ସେମାନେ ଦାବି କରିଛନ୍ତି ।
ଉଲ୍ଲେଖ ଥାଉ କି, ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ଜାତୀୟ ତଥ୍ୟ କେନ୍ଦ୍ରର ଉଦଘାଯନୀ କାର୍ୟ୍ୟକ୍ରମ । ସିଧାସଳଖ ସଚିବଙ୍କ ନାଁ ନେଇ ଧର୍ମେନ୍ଦ୍ର କହିଥିଲେ କେନ୍ଦ୍ର ଯୋଜନାରେ ଶ୍ରେୟ ନେବାକୁ ରାଜ୍ୟ ସରକାର ସୋସିଆଲ ମିଡିଆ ପରି ଜାଲିଆତି କରୁଛନ୍ତି । ଏପରିକି ସୋସିଆଲ ମିଡ଼ିଆରେ ଯେଉଁଭଳି ଭାବେ ବିଭିନ୍ନ କଥାକୁ ଅନର୍ଥ କରି ଦର୍ଶାଯାଉଛି ତାହା ରାଜ୍ୟ ସରକାର କରୁଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-29-at-1.22.26-PM.png)
/kanak/media/post_attachments/wp-content/uploads/2018/05/DHARMENDRA_00023-1-300x240.png)
/kanak/media/post_attachments/wp-content/uploads/2018/05/dhamendra-4-300x201.jpg)