ଆଇଏଏସ୍ ଏବଂ ଅଭିନେତା ଅଭିଶେକ ସିଂହଙ୍କ ନୂଆ ଗୀତ ‘ପେହଲି ବାର୍’ ସୋସିଆଲ୍ ମିଡ଼ିଆରେ ଧମାଲ୍ ମଚାଇବାରେ ଲାଗିଛି । ଏଥିରେ ସେ ଦୀକ୍ଷା କୌଶଲଙ୍କ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ଦିଲ୍ଲୀର ଏହି ଆଇଏଏସ୍ ଅଧିକାରୀ ପ୍ରଥମେ ମଧ୍ୟ ଅନେକ ମ୍ୟୁଜିକ୍ ଭିଡ଼ିଓରେ ନଜର ଆସିଛନ୍ତି । ଅଭିଷେକଙ୍କ ଏହି ମ୍ୟୁଜିକ୍ ଭିଡ଼ିଓ ୨୯ ଏପ୍ରିଲରେ ରିଲିଜ୍ ହୋଇଥିବାବେଳେ ଜଣାଶୁଣା ଗାୟକ ଜାବେଦ ଅଲ୍ଲି ଏବଂ ରୋଚକ କୋହଲିଙ୍କ ଗୀତରେ ସେ ଅଭିନୟ କରୁଥିବାର ନଜର ଆସିଛନ୍ତି । ଏହି ଭିଡ଼ିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅଭିଶେକ ପ୍ରଶଂସକଙ୍କଠାରୁ ପ୍ରଶଂସା ସାଉଁଟିଛନ୍ତି ।

Advertisment

କିଏ ଏହି ଆଇଏଏସ୍ ଅଭିଶେକ ସିଂହ ?
୧୯୮୩ ଫେବୃଆରୀ ୨୨ ତାରିଖରେ ଛତିଶଗଡ଼ରେ ଜନ୍ମଗ୍ରହଣ କରିଥିବା ଅଭିଶେକ ୟୁନିଭର୍ସିଟି ଅଫ୍ ଦିଲ୍ଲୀରେ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି । ୨୦୧୧ ମସିହାରେ ସେ ୟୁପିଏସସି ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ । ଯାହାପରେ ତାଙ୍କୁ ଉତ୍ତରପ୍ରଦେଶ କ୍ୟାଡର ମିଳିଥିଲା । ପ୍ରଥମ ପୋଷ୍ଟିଂରେ ସେ କାନପୁରର ଦେହାତରେ ଜଏଣ୍ଟ୍ ମାଜିଷ୍ଟ୍ରେଟ୍ ରୂପେ କାମ ଆରମ୍ଭ କରିଥିଲେ । ପରେ ତାଙ୍କର ଟ୍ରାନ୍ସଫର୍ ଦିଲ୍ଲୀ ହୋଇଥିଲା ଏବଂ ବର୍ତ୍ତମାନ ସେ ଦିଲ୍ଲୀରେ କାର୍ଯ୍ୟରତ ।publive-image

ଅଭିନୟ , କଳା ପ୍ରତି ଅଭିଶେକଙ୍କ ବିଭିନ୍ନ ଦକ୍ଷତାକୁ ଦେଖି ତାଙ୍କୁ ୨୦୨୧ ରେ Iconic Gold Awards 2022 ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମାଜ ସେବା ପାଇଁ ୨୦୨୨ ରେ TEDxFORESchool ପକ୍ଷରୁ ପୁରସ୍କାର ଦିଆଯାଇଥିଲା । ସୋସିଆଲ୍ ମିଡ଼ିଆରେ ମଧ୍ୟ ସେ ଖୁବ୍ ସକ୍ରିୟ ଏବଂ ଲୋକପ୍ରିୟ । ଯେଉଁଥିରେ ସେ ନିଜ କାମ ଏବଂ କଳାକୁ ନେଇ ବିଭିନ୍ନ ପ୍ରକାର ପୋଷ୍ଟ ସେୟାର୍ କରିଥାନ୍ତି । ଇନଷ୍ଟାଗ୍ରାମରେ ଅଭିଶେକଙ୍କୁ ୨୭ ଲକ୍ଷରୁ ଅଧିକ ୟୁଜର୍ସ ଫଲୋ କରନ୍ତି । ଟ୍ୱିଟରରେ ମଧ୍ୟ ତାଙ୍କର ପାଖାପାଖି ୨୨ ହଜାର ଫଲୋଅର୍ସ ଅଛନ୍ତି ।

publive-image
ତେବେ ନିଜ ଡେବ୍ୟୁ ମ୍ୟୁଜିକ୍ ଭିଡ଼ିଓରୁ ହିଁ ସେ ଚର୍ଚ୍ଚାର ପରିସରକୁ ଆସିଥିଲେ । ପଞ୍ଜାବୀ ତଥା ବଲିଉଡର ଲୋକପ୍ରିୟ ଗାୟକ ବି ପ୍ରାକ୍ ଙ୍କ ଗୀତ ‘ଦିଲ୍ ତୋଡ କେ’ ରେ ତାଙ୍କର ଜବରଦସ୍ତ ଅଭିନୟକୁ ସେତେବେଳେ ଲୋକ ଖୁବ୍ ପସନ୍ଦ କରିଥିଲେ । ଏହାପରେ ‘ତୁଝେ ଭୁଲନା ତୋ ଚାହା’ ଭିଡ଼ିଓରେ ବି ସେ ନଜର ଆସିଥିଲେ । ଏହି ଗୀତଟିକୁ ବର୍ତ୍ତମାନ ୯ କୋଟିରୁ ଅଧିକ ଭ୍ୟୁଜ୍ ମିଳିସାରିଲାଣି ।