କନକ ବ୍ୟୁରୋ : ସେ ଅକ୍ଷମ ନୁହନ୍ତି ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ନିଜ ପ୍ରଚେଷ୍ଟା ଫଳରେ ରୋଜଗାରକ୍ଷମ ହୋଇପାରିଛନ୍ତି । ପରିବାରର ରୋଜଗାରିଆ ପୁଅ ସାଗର ପଢିଆର    । ପେଲିଓ ଯୋଗୁ ପିଲାବେଳରୁ ଠିକ୍ ଭାବେ ଚାଲିପାରୁନଥିଲେ । ଆଉ ପରେ ଦିବ୍ୟାଙ୍ଗ ପାଲଟିଯାଇଛନ୍ତି ନୀଳଗିରି ବରହମପୁର ପଂଚାୟତ ଅଅଁଳାପାଳ ଗାଁର ସାଗର ପଢିଆର । ଦିବ୍ୟାଙ୍ଗ ହୋଇ ବି ହାର୍ ମାନିନାହାନ୍ତି । ପ୍ରଥମେ କାଗଜରେ ଚିତ୍ର ଆଙ୍କୁଥିଲେ ଆଊ ପରେ ବିଭିନ୍ନ ଜିନିଷରେ ତିଆରି କରୁଛନ୍ତି ଭଳିକିଭଳି ମୂର୍ତି ଓ ଘର ସଜା ଜନିଷ ମାନ । ମାଟିରେ ବିଭିନ୍ନ ମୂର୍ତି ଗଢୁଥିବା ବେଳେ ପୂଜା ସମୟରେ ତାଙ୍କ ମୂର୍ତିର ଅନେକ ଡିମାଣ୍ଡ ରହିଛି । ଦୂରଦୂରାନ୍ତରୁ ଲୋକେ ଛୁଟିଆସୁଛନ୍ତି ତାଙ୍କ ମୂର୍ତି କିଣିବାକୁ । ୟୁଟ୍ୟୁବରୁ ବିଭିନ୍ନ ମୂର୍ତିର କଳା ଶିଖିଛନ୍ତି ସାଗର । ଯାହା ଆଜି ତାଙ୍କୁ ଏକ ଶିଳ୍ପୀର ପରିଚୟ ଦେଇପାରିଛି ।

Advertisment

ଦ୍ୱାଦଶ ପଢିବା ପରେ ନିଜ କଳା ଯୋଗୁ ନିେଜେ ଏହି ପଂଥା ଆପଣାଇଛନ୍ତି । ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ମୂର୍ତି ଆଙ୍କିଥିଲେ । ଆଉ ତାପରେ ଗଣଶଙ୍କ ମୂର୍ତି ତିଆରି କରି ଚର୍ଚ୍ଚାକୁ ଆସିଥିଲେ ସାଗର । ଖାଲି ସେତିକି ନୁହେଁ ରଥଯାତ୍ରା ସମୟରେ ଗାଁ ଦାଣ୍ଡରେ ପ୍ରତିବର୍ଷ ରଥ ଗଡାଇ ଆସୁଛନ୍ତି । ସେହି ଛୋଟ ରଥ ଏବେ ୧୫ ଫୁଟରେ ପହଂଚିଲାଣି । ନିଜେ ସ୍ୱାବଲମ୍ବୀ ହେବା ସହ ବହୁ ଯୁବକଙ୍କୁ ସ୍ୱାଲମ୍ବୀ କରାଇପାରିଛନ୍ତି । ତାଙ୍କ କଳା ପାଇଁ ତାଙ୍କୁ ବିଭିନ୍ନ ସ୍ତରରେ ସମ୍ମ୍ାନୀତ କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ ଆଉ କିଛି ସାହାଯ୍ୟ ସହଯୋଗ ମିଳିବାକୁ ଅନୁରୋଧ କରିଛନ୍ତି ପରିବାର ।

ସାଗରଙ୍କ ମୂର୍ତି ପାଇଁ ବାହାରୁ ମଧ୍ୟ ଅନକ ଅର୍ଡର ମିଳୁଛି । ତେବେ ତାଙ୍କୁ କିଛି ସାହାଯ୍ୟ ସହଯୋଗ କର।।ଯାଇପାରିଲେ ଆର୍ଥିକ ସ୍ଥିତି ସ୍ୱଚ୍ଛ ହୋଇପାରିବ ।