ୱିଙ୍ଗ କମାଣ୍ଡର ଅଭିନନ୍ଦନ ଖାସାଇଥିଲେ ପାକିସ୍ତାନୀ ଏଫ୍-୧୬ ଯୁଦ୍ଧ ବିମାନ, ପୁରା ସ୍କ୍ୱାଡ୍ରନକୁ ମିଳିଲା ସମ୍ମାନ

163

ଭାରତୀୟ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ୟୁନିଟ୍ ମିଗ୍-୨୧ ବାଇସନ୍ ସ୍କ୍ୱାଡ୍ରନକୁ ‘ଫାଲକନ୍ ସ୍ଲେୟସ’ର୍ ଓ ‘ଏମ୍ରାମ ଡଜର୍ସ’ ଶୀର୍ଷକ ସହିତ ନୂଆ ବ୍ୟାଜ ଦେଇ ସମ୍ମାନିତ କରାଯାଇଛି । ସୂଚନାଯୋଗ୍ୟ, ୨୭ ଫେବୃୟାରୀରେ ଆକାଶ ମାର୍ଗରେ ସଂଘର୍ଷ ସମୟରେ ପାକିସ୍ତାନର ଏଫ-୧୬ ବିମାନକୁ ମାରି ଖସାଇଥିବାରୁ ତାଙ୍କ ସାହସିକତା ପାଇଁ ଏହି ସମ୍ମାନ ଦିଆଯାଇଛି ।

ଭାରତୀୟ ବାୟୁସେନାର ୫୧ ସ୍କ୍ୱାଡ୍ରନକୁ ଦିଆଯାଇଥିବା ନୂଆ ବ୍ୟାଜ୍ ର ଆଗ ପଟେ ଏକ ମିଗ୍-୨୧ ସହିତ ନାଲି ରଙ୍ଗର ଏକ ଏଫ୍-୧୬ ଦର୍ଶାଯାଇଛି, ଯେଉଁଠି ସବୁଠାରୁ ଉପରେ ‘ଫାଲକନ୍ ସ୍ଲେୟର୍ସ’ ଓ ତଳେ ‘ଏମ୍ରାମ ଡଜସ’ର୍ ଲେଖା ହୋଇଛି । ଭାରତୀୟ ସେନା ପାକିସ୍ତାନର ମିଶନକୁ ବିଫଳ କରିଦେଇଥିଲେ ଓ ଯୁଦ୍ଧ ସମୟରେ ଅଭିନନ୍ଦନ ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ମାରି ଖସାଇ ଅଦମ୍ୟ ସାହସ ଏବଂ ଦୃଢ଼ତାର ପରିଚୟ ଦେଇଥିଲେ । ଏଫ-୧୬କୁ ମାରି ଖସାଇବା ପରେ ପାକିସ୍ତାନୀ ସେନା ଅଭିନନ୍ଦନଙ୍କୁ ନିଜ ଅଧିକାରକୁ ନେଇଯାଇଥିଲେ ହେଲେ ପରେ ଛାଡିଦେଇଥିଲେ । ଅଭିନନ୍ଦନ ଦୁଇ ଦେଶ ମଧ୍ୟରେ ସୈନ୍ୟ ମୁକାବିଲାର ଚେହେରା ହୋଇଯାଇଥିଲେ । ଭାରତୀୟ ବାୟୁସେନା ବର୍ଦ୍ଧମାନ ପାଇଁ ବୀରଚକ୍ରର ସୁପାରିଶ କରୁଛି ।