କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ କର୍ଣ୍ଣାଟକର ଚାମରାଜନଗର ଠାରେ ଦୁର୍ଘଟଣାରେ ଶିକାର ହୋଇଛି । ହେଲେ ଆଶ୍ୱସ୍ତିର କଥା ହେଉଛି କି, ପାଇଲଟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଛି । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ଭାରତୀୟ ବାୟୁସେନାର ଟ୍ୱିଟ୍ ମୁତାବକ କିରଣ ପ୍ରଶିକ୍ଷଣ ବିମାନ ଆଜି ନିୟମିତ ଭାବେ ପ୍ରଶିକ୍ଷଣ ଉଡାନ କ୍ରମରେ କର୍ଣ୍ଣାଟକର ଚାମରାଜନଗର ନିକଟରେ ଦୁର୍ଘଟଣାରେ ଶିକାର ହୋଇଛି ।
A Kiran trainer aircraft of the IAF crashed near Chamrajnagar, Karnataka today, while on a routine training sortie. Both aircrew ejected safely. A Court of Inquiry has been ordered to ascertain the cause of the accident.
— Indian Air Force (@IAF_MCC) June 1, 2023
ଏହା ସହ ଟ୍ୱିଟରେ ଲେଖାଯାଇଛି କି, ବିମାନ ଭିତରେ ଥିବା ୨ଜଣ ଚାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର କାରଣ ଜଣାପଡିନାହିଁ । କାରଣ ଜାଣିବା ପାଇଁ ଭାରତୀୟ ବାୟୁସେନା ତରଫରୁ କୋର୍ଟ ଅଫ୍ ଇନକ୍ୱାରୀ ପାଇଁ ଆଦେଶ ଦିଆଯାଇଛି । ସୂଚନା ଥାଉକି ଅଳ୍ପ କିଛିଦିନ ତଳେ ମଧ୍ୟପ୍ରଦେଶର ଭିଣ୍ଡ ଠାରେ ଭାରତୀୟ ବାୟୁସେନାର ଆପାଚି ହେଲିକପ୍ଟରର କିଛି ତୃଟି କାରଣରୁ ଜରୁରୀ ଅବତରଣ କରାଯାଇଥିଲା ।