ଚୀନ୍ , ପାକିସ୍ତାନର ଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନାରେ ସାମିଲ ହେବ ଅଧିକ ‘ନେତ୍ର-୧’ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ।

120

କନକ ବ୍ୟୁରୋ: ଚୀନ ଓ ପାକିସ୍ତାନ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ତଥା ଦୁଇ ଦେଶର କୂଟଚକ୍ରାନ୍ତ ଉପରେ ନଜର ରଖିବାକୁ ବାୟୁସେନା ହେବ ଆହୁରି ମଜବୁତ । ଏଥିପାଇଁ ବାୟୁସେନା କିଣିବ ୬ଟ ଶକ୍ତିଶାଳୀ ‘ମେଡ ଇନ୍ ଇଣ୍ଡିଆ’ ‘ନେତ୍ର -୧’ ଲଢୁଆ ବିମାନ ।

ବାୟୁସେନା ଅଧିକାରୀଙ୍କ ସୂଚନା ମୁତାବକ, ନେତ୍ର -୧ ର ଆଉ ୬ଟି ନୂଆ ବିମାନ ଭାରତରେ ଡିଆରଡିଓ ଦ୍ୱାରା ପ୍ରସ୍ତୁତ କରାଯିବ । ୮୦୦୦ କୋଟିରୁ ଅଧିକ ମୂଲ୍ୟରେ ବନିବାକୁ ଥିବା ଏହି ୬ଟି ଲଢୁଆ ବିମାନ ପାକିସ୍ତାନ ଓ ଚୀନର ସୀମାରେ ନଜର ରଖିବ । ଏହା ପୂର୍ବରୁ ମଧ୍ୟ ଏହି ବିମାନ ଭାରତୀୟ ବାୟୁସେନାରେ ରହିଛି । କେବଳ ଏତିକି ନୁହେଁ ଏହାଠାରୁ ଅଧିକ ଶକ୍ତିଶାଳୀ ନେତ୍ର-୨ ଲଢୁଆ ବିମାନ ତିଆରି କରିବା ଉପରେ ମଧ୍ୟ ଡିଆରଡିଓ ପରୀକ୍ଷଣ ଜାରି ରଖିଥିବା କୁହାଯାଇଛି ।