ସମୁଦ୍ର ଭିତରେ ଶତ୍ରୁର ଜାହାଜକୁ ନଷ୍ଟ କରିଦେବ ଭାରତର ବ୍ରହ୍ମାସ୍ତ୍ର ‘ବ୍ରହ୍ମୋସ’ । ଆକାଶପଥରୁ ହେଲା ସଫଳ ପରୀକ୍ଷଣ, ଟାର୍ଗେଟ ଥରେ ଲକ୍ ହେଲେ ବର୍ତ୍ତିବା ମୁସ୍କିଲ ।

ସମୁଦ୍ର ଭିତରେ ଶତ୍ରୁର ଜାହାଜକୁ ନଷ୍ଟ କରିଦେବ ଭାରତର ବ୍ରହ୍ମାସ୍ତ୍ର ‘ବ୍ରହ୍ମୋସ’ । ଆକାଶପଥରୁ ହେଲା ସଫଳ ପରୀକ୍ଷଣ, ଟାର୍ଗେଟ ଥରେ ଲକ୍ ହେଲେ ବର୍ତ୍ତିବା ମୁସ୍କିଲ ।

କନକ ବ୍ୟୁରୋ : ଗୁରବାର ଭାରତୀୟ ବାୟୁସେନା ସୁପରସୋନିକ ମିସାଇଲ ବ୍ରହ୍ମୋସ ଇଆର (ଏକ୍ସଟେଣ୍ଡେଡ ରେଞ୍ଜ)ର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲର ସଫଳ ପରୀକ୍ଷଣ ସହ ଶତ୍ରୁ ଶିବିରରେ ଛନକା ପଶିଛି । କାରଣ ଆକାଶପଥରୁ ସୁଖୋଇ-୩୦ ଭଳି ଯୁଦ୍ଧ ବିମାନରୁ ଏହି ମିସାଇଲ ମାଡ କରିବା ଦ୍ୱାରା ଶତ୍ରୁ ପକ୍ଷର ଯୁଦ୍ଧ ଜାହାଜକୁ ବେଶ ସହଜରେ ଧ୍ୱଂସ କରିହେବ । ଆଉ ସବୁଠୁ ବଡ କଥା ହେଲା, ଏହି ମିସାଇଲ ଟାର୍ଗେଟକୁ ଧ୍ୱସ୍ତ କରିବାରେ ସଫଳ ହୋଇଛି ।

ସମୁଦ୍ରରେ ଥିବା ଟାର୍ଗେଟକୁ ଆକାଶପଥରୁ ଭେଦ କରିବାର ଏହା ପ୍ରଥମ ପରୀକ୍ଷଣ ଥିଲା । ଯେଉଁଥିରେ ସଫଳତା ପାଇଛି ଭାରତୀୟ ବାୟୁସେନା । ଏହାପୂର୍ବରୁ କେବଳ ସ୍ଥଳଭାଗ ଓ ଜଳଭାଗରୁ ଜଳପଥରେ ଥିବା ଟାର୍ଗେଟକୁ ଧ୍ୱସ୍ତ କରିବାରେ ସଫଳ ହୋଇଥିଲା ଭାରତୀୟ ସେନା । କିନ୍ତୁ ଏହି ବ୍ରହ୍ମୋସ ମିସାଇଲ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ । ଅଥାର୍ତ ସମୁଦ୍ର ଭିତରେ ୪୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ବେଶ ସହଜରେ ଧ୍ୱଂସ କରି ପାରିବ ଏହି ମିସାଇଲ । ବ୍ରହ୍ମୋସ ସୁପରସୋନିକ ମିସାଇଲକୁ  ଭାରତରେ ହିଁ ବିକଶିତ କରାଯାଇଛି । ଏଥିରେ ରାମଜେଟ୍ ଇଞ୍ଜିନର ବ୍ୟବହାର କରାଯାଇଛି । ଯାହାଦ୍ୱାରା ଏହି ମିସାଇଲର ଗତି ଓ ଟାର୍ଗେଟ ଆହୁରି ଘାତକ ହୋଇପାରିବ ।

ବ୍ରହ୍ମୋସ ମିସାଇଲ ଆକାଶପଥରେ ମାର୍ଗ ବଦଳାଇବାରେ ସକ୍ଷମ । ଅଥାର୍ତ ଏହି ମିସାଇଲକୁ କୌଣସି ଟାର୍ଗେଟ ଏତେ ସହଜରେ ଚକମା ଦେଇପାରିବନି । ଶତ୍ରୁ ପକ୍ଷର ରାଡାରରେ ଧରା ଯେପରି ନ ପଡିବ ସେଥିପାଇଁ କମ ଉଚ୍ଚତାରେ ଏହା ଉଡିବାରେ ସକ୍ଷମ । ସବୁଠୁ ବଡ କଥା ହେଲା ରାଡାରରେ ଧରା ପଡୁନଥିବାରୁ ଏହାକୁ ନଷ୍ଟ କରିବା ଶତ୍ରୁ ପକ୍ଷ ପାଇଁ ଏତେ ସହଜ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe