କନକ ବ୍ୟୁରୋ : ଗୁରବାର ଭାରତୀୟ ବାୟୁସେନା ସୁପରସୋନିକ ମିସାଇଲ ବ୍ରହ୍ମୋସ ଇଆର (ଏକ୍ସଟେଣ୍ଡେଡ ରେଞ୍ଜ)ର ସଫଳ ପରୀକ୍ଷଣ କରିଛି । ଏହି ମିସାଇଲର ସଫଳ ପରୀକ୍ଷଣ ସହ ଶତ୍ରୁ ଶିବିରରେ ଛନକା ପଶିଛି । କାରଣ ଆକାଶପଥରୁ ସୁଖୋଇ-୩୦ ଭଳି ଯୁଦ୍ଧ ବିମାନରୁ ଏହି ମିସାଇଲ ମାଡ କରିବା ଦ୍ୱାରା ଶତ୍ରୁ ପକ୍ଷର ଯୁଦ୍ଧ ଜାହାଜକୁ ବେଶ ସହଜରେ ଧ୍ୱଂସ କରିହେବ । ଆଉ ସବୁଠୁ ବଡ କଥା ହେଲା, ଏହି ମିସାଇଲ ଟାର୍ଗେଟକୁ ଧ୍ୱସ୍ତ କରିବାରେ ସଫଳ ହୋଇଛି ।
ସମୁଦ୍ରରେ ଥିବା ଟାର୍ଗେଟକୁ ଆକାଶପଥରୁ ଭେଦ କରିବାର ଏହା ପ୍ରଥମ ପରୀକ୍ଷଣ ଥିଲା । ଯେଉଁଥିରେ ସଫଳତା ପାଇଛି ଭାରତୀୟ ବାୟୁସେନା । ଏହାପୂର୍ବରୁ କେବଳ ସ୍ଥଳଭାଗ ଓ ଜଳଭାଗରୁ ଜଳପଥରେ ଥିବା ଟାର୍ଗେଟକୁ ଧ୍ୱସ୍ତ କରିବାରେ ସଫଳ ହୋଇଥିଲା ଭାରତୀୟ ସେନା । କିନ୍ତୁ ଏହି ବ୍ରହ୍ମୋସ ମିସାଇଲ ୪୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟକୁ ଟାର୍ଗେଟ କରିପାରିବ । ଅଥାର୍ତ ସମୁଦ୍ର ଭିତରେ ୪୦୦ କିଲୋମିଟର ଦୂରରେ ଥିବା ଟାର୍ଗେଟକୁ ବେଶ ସହଜରେ ଧ୍ୱଂସ କରି ପାରିବ ଏହି ମିସାଇଲ । ବ୍ରହ୍ମୋସ ସୁପରସୋନିକ ମିସାଇଲକୁ ଭାରତରେ ହିଁ ବିକଶିତ କରାଯାଇଛି । ଏଥିରେ ରାମଜେଟ୍ ଇଞ୍ଜିନର ବ୍ୟବହାର କରାଯାଇଛି । ଯାହାଦ୍ୱାରା ଏହି ମିସାଇଲର ଗତି ଓ ଟାର୍ଗେଟ ଆହୁରି ଘାତକ ହୋଇପାରିବ ।
Indian Air Force today successfully fired the Extended Range Version of Brahmos Air Launched missile against a Ship Target from a SU-30MKI aircraft. pic.twitter.com/n3jG97xQwK
— PRO Udhampur, Ministry of Defence (@proudhampur) December 29, 2022
ବ୍ରହ୍ମୋସ ମିସାଇଲ ଆକାଶପଥରେ ମାର୍ଗ ବଦଳାଇବାରେ ସକ୍ଷମ । ଅଥାର୍ତ ଏହି ମିସାଇଲକୁ କୌଣସି ଟାର୍ଗେଟ ଏତେ ସହଜରେ ଚକମା ଦେଇପାରିବନି । ଶତ୍ରୁ ପକ୍ଷର ରାଡାରରେ ଧରା ଯେପରି ନ ପଡିବ ସେଥିପାଇଁ କମ ଉଚ୍ଚତାରେ ଏହା ଉଡିବାରେ ସକ୍ଷମ । ସବୁଠୁ ବଡ କଥା ହେଲା ରାଡାରରେ ଧରା ପଡୁନଥିବାରୁ ଏହାକୁ ନଷ୍ଟ କରିବା ଶତ୍ରୁ ପକ୍ଷ ପାଇଁ ଏତେ ସହଜ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/1-450.jpg)