କନକ ବ୍ୟୁରୋ : ଭାରତୀୟ ବାୟୁସେନା ଜରୁରୀକାଳୀନ ବ୍ୟବହାର ପାଇଁ ଋଷ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି । ଏହି ରାଇଫଲ ସେନା ନିକଟରେ ଥିବା ଇନସାସ ରାଇଫଲ ସ୍ଥାନରେ ବ୍ୟବହାର କରାଯିବ । ଆଗାମୀ କିଛିମାସ ମଧ୍ୟରେ ଭାରତୀୟ ବାୟୁସେନାକୁ ଏହି ରାଇଫଲ ମିଳିବାକୁ ଯାଉଛି ।
ଜାତୀୟ ଗଣମାଧ୍ୟମ ଏଏନଆଇ ମୁତାବକ ଏବେ ଭାରତୀୟ ସେନାକୁ ପାଖା ପାଖି ୧.୫ ଲକ୍ଷ ନୂଆ ରାଇଫଲର ଆବଶ୍ୟକତା ରହିଛି । ଏହାକୁ ନଜରରେ ରଖି ଭାରତ ଋଷ ଠାରୁ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଯାଉଛି । ଏନେଇ ଜରୁରୀକାଳୀନ ପ୍ରାବଧାନ ମାଧ୍ୟମରେ ପୂର୍ବ ସପ୍ତାହରେ ୩୦୦ କୋଟି ଟଙ୍କାର ଚୁକ୍ତି ଋଷ ସହିତ କରାଯାଇଛି । ଏହି ରାଇଫଲ ଆସିବା ପରେ ଏହାକୁ ପ୍ରଥମେ ଜମ୍ମୁ-କାଶ୍ମୀର, ଶ୍ରୀନଗର ଭଳି ସମ୍ବେଦନଶୀଳ ସ୍ଥାନରେ କାମ କରୁଥିବ ସୈନିକ ମାନଙ୍କୁ ଯୋଗାଇ ଦିଆଯିବ ।ଅନ୍ୟପଟେ ଋଷ ଦ୍ୱାରା ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ରାଇଫଲ ଏକେ -୨୦୩ ପାଇଁ ବି ଭାରତ ଋଷ ସହିତ ଚୁକ୍ତି କରିବ ବୋଲି କୁହାଯାଇଛି ।
IAF signs emergency deal for 70,000 AK-103 assault rifles with Russia
Read @ANI story | https://t.co/ZpK3TGvcO7#IAF#Russiapic.twitter.com/PqdyTnQdLk
— ANI Digital (@ani_digital) August 28, 2021
କହିରଖୁ କି, ୨୦୧୯ ମସିହାରେ ଋଷ ସହିତ ଉତ୍ତରପ୍ରଦେଶରେ ଥିବା ଅଡିନାନ୍ସ ଫ୍ୟାକ୍ଟ୍ରିର କୋରବା ପ୍ଲାଣ୍ଟ୭.୫ ଲକ୍ଷ ଏକେ -୨୦୩ ରାଇଫଲ ପ୍ରସ୍ତୁତ କରିବାକୁ ଚୁକ୍ତି କରିଥିଲା । ହେଲେ ଏହି ପ୍ଲାଣ୍ଟ ଏବେ ବି କାମ ଆରମ୍ଭ କରିନାହିଁ । ଏହି କାରଣରୁ ଭାରତ ଏବେ ୭୦ ହଜାର ଏକେ-୧୦୩ ରାଇଫଲ କିଣିବାକୁ ଋଷ ସହିତ ଚୁକ୍ତି କରିଛି । ଏହା ପୂର୍ବରୁ ଚୀନ ଓ ଭାରତ ଭିତରେ ସୀମା ବିବାଦକୁ ନେଇ ଭାରତ ଆମେରିକା ଠାରୁ ୧.୪୪ ଲକ୍ଷ ଏସଆଇଜି ରାଇଫଲ ଆପାତକାଳୀନ ପ୍ରାବଧାନରେ କିଣିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/1077330626_0-280-3268-2048_1000x541_80_0_0_1a416cc6073172e7a531ccd22d94e521.jpg)