ବାଙ୍ଗାଲୋରରେ ଦୂର୍ଘଟଣାଗ୍ରସ୍ତ ହେଲା ଏଚଏଏଲ୍ ବାୟୁସେନାର ଲଢୁଆ ବିମାନ ! ଘଟଣାସ୍ଥଳରେ ହିଁ ପାଇଲେଟଙ୍କ ମୃତ୍ୟୁ ।

ବାଙ୍ଗାଲୋରରେ ଦୂର୍ଘଟଣାଗ୍ରସ୍ତ ହେଲା ଏଚଏଏଲ୍ ବାୟୁସେନାର ଲଢୁଆ ବିମାନ ! ଘଟଣାସ୍ଥଳରେ ହିଁ ପାଇଲେଟଙ୍କ ମୃତ୍ୟୁ ।

NDTV.com

ଭାରତୀୟ ବାୟୁସେନାର ମିରାଜ୍ - ୨୦୦୦ ବିମାନ ଶୁକ୍ରବାର ବାଙ୍ଗାଲୋରର ଏଚଏଏଲ୍ ବାୟୁସେନା ଆଡ୍ଡାରେ ଦୂର୍ଘଟଣାଗ୍ରସ୍ତ ହୋଇଗଲା । ଏହି ଦୂର୍ଘଟଣାରେ ଜଣେ ପାଇଲେଟ୍ ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ପାଇଲେଟଙ୍କ ଗମ୍ଭୀର ଅବସ୍ଥାରେ ଡାକ୍ତରଖାନାରେ ହିଁ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ( ହାଲ) ବିମାନ ବନ୍ଦର ନିକଟରେ ଆଜି ସକାଳେ ଘଟିଛି।

publive-image

ମିଳିଥିବା ସୂଚନା ଅନୁଯାୟୀ, ମିରେଜ୍ ୨୦୦୦ ଟେନର ଲଢ଼ୁଆ ଯୁଦ୍ଧ ବିମାନ ହାଲରେ ଅପଗ୍ରେଡ୍ କରାଯାଇଛି। ଏହି ଲଢ଼ୁଆ ଯୁଦ୍ଧ ବିମାନର ଆଜି ପରୀକ୍ଷାମୂଳକ ଭାବେ ଉଡ଼ାଣ କରାଯାଉଥିଲା। ତେବେ ହଠାତ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟ ପାଇଲଟ୍ ଏଥିରୁ ବେଲ ଆଉଟ୍ କରି ଯାଇଥିଲେ। ମାତ୍ର ଦୁର୍ଭାଗ୍ୟକୁ ଜଣେ ପାଇଳଟ୍ ଜଳୁଥିବା ବିମାନ ଉପରେ ଖସିପଡ଼ିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ପାଇଲଟ୍ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ ଯେ ମିରେଜ୍ ୨୦୦୦ ହେଉଛି ପ୍ରାନ୍ସର ଡାସଲ୍ଟ ଆଭିଏସନ୍ ଦ୍ୱାରା ସିଙ୍ଗଲ ଇଞ୍ଜିନ ଫୋର୍ଥ ଜେନେରେସନ ଲଢ଼ୁଆ ବିମାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe