ଅରୁଣାଚଳ ପ୍ରଦେଶରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ, ପାଇଲଟ ଓ କ୍ରୁ ମେମ୍ବର ସୁରକ୍ଷିତ

Advertisment
ଅରୁଣାଚଳ ପ୍ରଦେଶରେ ବାୟୁସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ, ପାଇଲଟ ଓ କ୍ରୁ ମେମ୍ବର ସୁରକ୍ଷିତ

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଏମଆଇ -୧୭ ହେଲିକପ୍ଟର ଦୁର୍ଘଟଣାରେ ଶିକାର ହୋଇଛି । ଅରୁଣାଚଳ ପ୍ରଦେଶ ଠାରେ ଏହି ଦୁର୍ଘଟଣା ଘଟିଛି । ସୂଚନା ମୁତାବକ ହେଲିକପ୍ଟର ପାଇଲଟ ଓ ଅନ୍ୟ ୩ ଜଣ କ୍ରୁ ମେମ୍ବର ସୁରକ୍ଷିତ ଅଛନ୍ତି । ଭାରତୀୟ ବାୟୁସେନାର ସୂଚନା ମୁତାବକ ହେଲିକପ୍ଟରଟି ଦୀର୍ଘଦିନ ହେବ ବ୍ୟବହାର ହୋଇ ନଥିଲା । ଗୁରୁବାର ସକାଳେ ଯେତେବେଳେ ପାଇଲଟ ଏହାକୁ ଉଡାଣ କରିବାକୁ ଚେଷ୍ଟା କରିଥିଲେ ତାହା ଦୁର୍ଘଟଣାରେ ଶିକାର ହୋଇଥିଲା । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଦୁର୍ଘଟଣା ପରେ କୋର୍ଟ ଅଫ୍ ଇନକ୍ୱାରୀ ପାଇଁ ଆଦେଶ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe