୫ ବର୍ଷରେ ୪୪ଟି ବିମାନ ହରାଇଛି ଭାରତୀୟ ବାୟୁସେନା । ଚାଲିଯାଇଛି ୪୪ ଜଣଙ୍କ ଜୀବନ ।

81

କନକ ବ୍ୟୁରୋ : ଗତ ୨୦୧୪-୧୫ ଠାରୁ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନା ମୋଟ ୪୪ଟି ବିମାନ ଦୁର୍ଘଟଣାରେ ହରାଇଛି । ଏହା ମଧ୍ୟରୁ ୨୬ଟି ଲଢୁଆ ବିମାନ, ୬ ହେଲିକାପ୍ଟର, ୯ଟି ତାଲିମ ବିମାନ ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଲୋକସଭାରେ ସୂଚନା ଦେଇଛନ୍ତି । ଏସବୁ ଘଟଣାରେ ମୋଟ ୪୬ ଜଣ ପ୍ରାଣ ହରାଇଛନ୍ତି ବୋଲି ସେ କହିଛନ୍ତି ।

୨୦୧୬-୧୭ରେ ବାୟୁସେନା ୬ଟି ଲଢୁଆ ବିମାନ, ୨ଟି ହେଲିକାପ୍ଟର ଓ ଗୋଟିଏ ପରିବହନ ବିମାନ ଦୁର୍ଘଟଣାରେ ହରାଇଥିଲା । ୨୦୧୭-୧୮ରେ ବାୟୁସେନା ୨ଟି ଲଢୁଆ ବିମାନ ଓ ଗୋଟିଏ ତାଲିମ ବିମାନ ହରାଇଥିଲା । କିନ୍ତୁ ୨୦୧୮-୧୯ରେ ବାୟୁସେନା ମୋଟ ୭ଟି ଲଢୁଆ ବିମାନ, ୨ଟି ହେଲିକାପ୍ଟର ଓ ୨ଟି ତାଲିମ ବିମାନ ଦୁର୍ଘଟଣା ଓ ଅନ୍ୟ କାରଣରୁ ହରାଇଛି । ଏହା ମଧ୍ୟରେ ଓ୍ଵିଙ୍ଗ କମାଣ୍ଡରଙ୍କ ମିଗ-୨୧ ଲଢୁଆ ବିମାନ ଅନ୍ତର୍ଭୁକ୍ତ । ଗତ ମାସରେ ଅରୁଣାଚଳ ପ୍ରଦେଶରେ ଏକ ଏଏନ-୩୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସବାର ୧୩ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ ।