ଚୀନର ଚାଲାକି ଆଉ ଚଳିବନି । ଡ୍ରାଗନ ବାହିନୀର ପ୍ରତିଟି ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା କହିଲେ ବାୟୁସେନା ମୁଖ୍ୟ । 

Advertisment
ଚୀନର ଚାଲାକି ଆଉ ଚଳିବନି । ଡ୍ରାଗନ ବାହିନୀର ପ୍ରତିଟି ଆକ୍ରମଣ ପାଇଁ ପ୍ରସ୍ତୁତ ଥିବା କହିଲେ ବାୟୁସେନା ମୁଖ୍ୟ । 

କନକ ବ୍ୟୁରୋ :  ଗତ ୮ମାସ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଚାଲୁରହିଛି। ଅନେକ ଥର ବୁଝାମଣା ପାଇଁ ଦୁଇ ଦେଶ ପକ୍ଷରୁ କମାଣ୍ଡର ସ୍ତରୀୟ ବୈଠକ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶାନ୍ତି ଫେରିପାରି ନାହିଁ। ଏ ମଧ୍ୟରେ ବାୟୁସେନା ମୁଖ୍ୟ ଆର.କେ. ଏସ୍ ଭଦୋରିଆ ଆଜି ଏକ ବଡ଼ ବୟାନ ଦେଇଛନ୍ତି। ବେଜିଂ ତାର ସେନା ପାଇଁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, କ୍ଷେପଣାସ୍ତ୍ର ଏବଂ ରାଡାର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ମୁତୟନ କରିଛି ବୋଲି ସେ କହିଛନ୍ତି। ତାଙ୍କର ଏଭଳି ବୟାନ ପ‌ରେ ଭାରତ-ଚୀନ ବିବାଦକୁ ନେଇ ଥମି ଯାଇଥିବା ଚର୍ଚ୍ଚା ଏବେ ପୁଣି ଥରେ ଜୋର ଧରିଛି।

ବାୟୁସେନା ମୁଖ୍ୟଙ୍କ କହିବା ମୁତାବକ, ଏଲଏସିରେ ଚୀନ ନିଜ ସେନାକୁ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ବିପୁଳ ସଂଖ୍ୟାରେ ରାଡାର, ଭୂପୃଷ୍ଠରୁ ଆକାଶ ଏବଂ ଆକାଶରୁ ଆକାଶ ନିକ୍ଷେପ ହୋଇ ପାରୁଥିବା କ୍ଷେପଣାସ୍ତ୍ର ମୁତୟନ କରିଛି। ଚୀନ୍ ଭାରତକୁ ଆକ୍ରମଣ କରିବାକୁ ଏଭଳି ଯୋଜନା କରୁଥିଲେ ମଧ୍ୟ ଆମେ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇସାରିଛୁ। ଚୀନର ପ୍ରତି ଆକ୍ରମଣ ଜବାବ ଦେବାକୁ ଆମେ ପ୍ରସ୍ତୁତ ଅଛୁ। ଚୀନ ପାକିସ୍ତାନ ସହ ମିଶି ଏଭଳି ଯୋଜନା କରୁଛି ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe