ଚାଷ କ୍ଷେତରେ ଇମରଜେନ୍ସିଂ ଲ୍ୟାଣ୍ଡିଂ କଲା ଭାରତୀୟ ବାୟୁସେନାର ହେଲିକପ୍ଟର । ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ, ହେଲିକପ୍ଟରରେ ଥିବା ୬ ଯବାନ ସୁରକ୍ଷିତ ।

ଚାଷ କ୍ଷେତରେ ଇମରଜେନ୍ସିଂ ଲ୍ୟାଣ୍ଡିଂ କଲା ଭାରତୀୟ ବାୟୁସେନାର ହେଲିକପ୍ଟର । ଦେଖିବାକୁ ଲୋକଙ୍କର ପ୍ରବଳ ଭିଡ, ହେଲିକପ୍ଟରରେ ଥିବା ୬ ଯବାନ ସୁରକ୍ଷିତ ।

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ହେଲିକପ୍ଟରର ଜରୁରୀ ଅବତରଣ । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବାୟୁସେନାର ହେଲିକପ୍ଟର ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି । ଭୋପାଳ ଠାରୁ ପ୍ରାୟ ୬୦ କିଲୋମିଟର ଦୂର ଏକ କ୍ଷେତରେ ବୈଷୟିକ ତ୍ରୁଟି କାରଣରୁ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି ବାୟୁସେନାର ଏହି ହେଲିକପ୍ଟର । ଜରୁରୀକାଳୀନ ଲ୍ୟାଣ୍ଡିଂ ବେଳେ ହେଲିକପ୍ଟରରେ ୬ ଜଣ ଯବାନ ରହିଥିଲେ ।

ଭାରତୀୟ ବାୟୁସେନାର ଏହି ହେଲିକପ୍ଟର ଡୁଙ୍ଗରିଆ ଗ୍ରାମର ଡ୍ୟାମ ନିକଟରେ ଥିବା କ୍ଷେତରେ ଲ୍ୟାଣ୍ଡିଂ କରିଥିଲା । ଗ୍ରାମବାସୀଙ୍କ କହିବା ଅନୁଯାୟୀ, ହେଲିକପ୍ଟର ଦୀର୍ଘ ସମୟ ଡ୍ୟାମ ଉପରେ ଘୂରି ବୁଲିବା ପରେ ଏଠାରେ ଲ୍ୟାଣ୍ଡିଂ କରିଥିଲା । ବାୟୁସେନାର ସୂଚନା ମୁତାବକ, ବାୟୁସେନାର ଏଏଲଏଚ ଧ୍ରୁବ ହେଲିକପ୍ଟର ଭୋପାଳ ଠାରେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଛି । ହେଲିକପ୍ଟରରେ ଥିବା ସମସ୍ତ ଯବାନ ସୁରକ୍ଷିତ ଅଛନ୍ତି । ବୈଷୟିକ ତ୍ରୁଟିର ଯାଞ୍ଚ ପାଇଁ ଏକ ଟିମକୁ ପଠାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe