ପାକିସ୍ତାନର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ୍ ପରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଏଫ୍-୧୬ ବିମାନକୁ ମାରି ଗଡାଇଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଦମାନଙ୍କୁ “ବୀର ଚକ୍ର” ସମ୍ମାନରେ ସମ୍ମାନିତ କରାଯିବ । ମୋଦି ସରକାର ସ୍ୱାଧୀନତା ଦିବସ ଅବସରରେ ପରାକ୍ରମୀ ପାଇଲଟ୍ ଙ୍କ ପାଇଁ ସମ୍ମାନର ଘୋଷଣା କରିପାରନ୍ତି । ଯୁଦ୍ଧକାଳରେ ପରାକ୍ରମ ପାଇଁ ଦିଆଯାଉଥିବା ତୃତୀୟ ସବୁଠାରୁ ବଡ ସୈନ୍ୟ ପୁରସ୍କାର ହେଉଛି ‘ବୀର ଚକ୍ର’ । ଏହି ତାଲିକାରେ ପ୍ରଥମରେ ପରମବୀର ଏବଂ ଦ୍ୱିତୀୟରେ ମହାବୀର ଚକ୍ର ଆସିଥାଏ ।
ଏକ ନ୍ୟୁଜ୍ ଏଜେନ୍ସୀ ପକ୍ଷରୁ ଏପ୍ରିଲ୍ ମାସରେ କୁହାଯାଇଥିଲା ଯେ ଫେବୃୟାରୀ ୨୬ ରେ ଏୟାର ଷ୍ଟ୍ରାଇକରେ ସାମିଲ ହୋଇଥିବା ମିରାଜ-୨୦୦୦ ର ୫ ପାଇଲଟ୍ ଙ୍କୁ ବାୟୁସେନା ପଦକରେ ସମ୍ମାନିତ କରାଯିବ । ଏହି ପାଇଲଟ୍ ଆତଙ୍କୀ ସଂଗଠନ ଜୈସ୍-ଏ-ମହମ୍ମଦର ଠିକଣା ଇସରାଏଲ୍ ରେ ପ୍ରସ୍ତୁତ ହୋଇଥିବା ସ୍ପାଇସ୍ ୨୦୦୦ ବୋମା ବର୍ଷଣ କରିଥିଲା । ଏହି ସମୟରେ ୩୦୦ ରୁ ଆତଙ୍କବାଦୀ ନିହତ ହୋଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/ww.jpg)
/kanak/media/post_attachments/wp-content/uploads/2019/08/abhinandan-vir-chakra-300x158.png)