ସୀମାରେ ଯବାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି: ରାଜସ୍ଥାନ ଜୈସଲମେରରେ ସେନା ସହ ଦୀପାବଳି ପାଳନ କରୁଛନ୍ତି ନରେନ୍ଦ୍ର ମୋଦୀ; ଯବାନଙ୍କ ପାଇଁ ଦୀପଟିଏ ଜାଳିବା ପାଇଁ ଆହ୍ୱାନ

ଏପଟେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି

84

କନକ ବ୍ୟୁରୋ: ଦିପାବଳି ପାଳିବାକୁ ବର୍ଡରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିବର୍ଷ ଭଳି ଏବର୍ଷ ବି ଜବାନଙ୍କ ସହ ଦିପାବଳୀ ପାଳିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ରାଜସ୍ଥାନର ଜୈସଲମେର ବର୍ଡରରେ ପହଂଚି ସାରିଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ସହ ସିଡିଏସ ବିପିନ୍ ରାୱତ, ସେନା ମୁଖ୍ୟ ଏମ ନରୱାନେ ଏବଂ ବିଏସଏଫ ଡିଜି ରାକେଶ ଆସ୍ଥାନା ପହଂଚିଛନ୍ତି । । ଜୈସଲମେର ହେଉଛି ଭାରତ-ପାକିସ୍ତାନର ସୀମା । ଏଠାରେ ବିଏସ୍ଏଫ୍ ନିୟୋଜିତ ହୋଇଛି । ଏଠାରେ ସୁପ୍ରସିଦ୍ଧ ତାନୋଟ ମାତା ମନ୍ଦିର ମଧ୍ୟ ରହିଛି । ଜୈସଲମେର ବର୍ଡରରେ ଜବାନଙ୍କ ସହ ଦୀପବଳୀ ପାଳିବା ସହ ଦେଶର ସୁରକ୍ଷା ପାଇଁ ସମସ୍ତ ଦେଶବାସୀ ଯବାନଙ୍କ ପାଇଁ ଦୀପ ଜାଳିବାକୁ ମୋଦି ଆହ୍ୱାନ ଦେଇଛନ୍ତି ।