କନକ ବ୍ୟୁରୋ : ତୁଟିଲା କୋରାପୁଟ କଂଗ୍ରେସ କଳି । ଅଭିଯୋଗର ସ୍ୱର ନରମ କରି ତାରାପ୍ରସାଦ ବାହିନୀପତି କହିଛନ୍ତି, ପିସିସି ସଭାପତି ନିରଂଜନ ପଟ୍ଟନାୟକ ତାଙ୍କ ବଡଭାଇ ପରି । ଏବଂ ଗୋଟିଏ ପରିବାର ଏବଂ ତାଙ୍କୁ ଅଯୋଗ୍ୟ କହିବାର ନଥିଲା ବୋଲି କହିବା ସହ ଅଭିମାନରେ ମନ୍ତବ୍ୟ ଦେଇଥିଲେ ବୋଲି କହିଛନ୍ତି ତାରା । କେବଳ ଏତିକି ନୁହେଁ ତାଙ୍କ ନେତୃତ୍ୱରେ ଆଗେଇ ଯିବୁ ବୋଲି କହିଛନ୍ତି ତାରାପ୍ରସାଦ ବାହିନୀପତି ।