କରୋନା ଟିକାକୁ ନେଇ ଅଖିଳେଶ ଯାଦବଙ୍କ ବିବାଦୀୟ ବୟାନ । ଗଣମାଧ୍ୟମ ଆଗରେ କହିଲେ ମୁଁ ଲଗାଇବି ନାହିଁ ବିଜେପି ଟିକା । ବିଜେପି ନେତା କହିଲେ ଟିକା ବିଜେପିର ହେଲେ ଅଖିଳେଶ ହେଉଛନ୍ତି ଭାଇରସ୍ ।

309

କନକ ବ୍ୟୁରୋ : ମାଗଣାରେ ଭାରତୀୟ ମାନଙ୍କୁ କରୋନା ଟିକା ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବୟାନ ଏବେ ରାଜନୀତି ସରଗରମ ହେବାରେ ଲାଗିଛି । ଅଖିଳେଶ ଯାଦବ କହିଛନ୍ତି କି ଆମେ ବିଜେପି ଟିକା ଲଗାଇବୁ ନାହିଁ    । ଏହି ଟିକା ବିଜେପି ଭଳି ନକଲି ବୋଲି ସେ କହିଛନ୍ତି । ଏହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । ଉତ୍ତରପ୍ରଦେଶର ଜଣେ ବରିଷ୍ଟ ବିଜେପି ନେତା ଅଖିଳେଶଙ୍କ ବୟାନ ଉପରେ କହିଛନ୍ତି କି ଭାଇରସ୍ ତୁମର ହୋଇପାରେ କିନ୍ତୁ ଭ୍ୟାକସିନ୍ ଆମର ନୁହେଁ । ଦେଶର ବୈଜ୍ଞାନିକ ମାନେ ଫାର୍ମାସ୍ୟୁଟିକାଲ କମ୍ପାନୀ ସହାୟତାରେ ପ୍ରସ୍ତୁତ କରିଛନ୍ତି । ତେଣୁ ଟିକା କେବଳ ବିଜେପି ମନ୍ତ୍ରୀ ମାନଙ୍କ ସହାୟତା ଓ ଦୃଢମନୋବଳ ଯୋଗୁଁ ଖୁବଶୀଘ୍ର ପ୍ରସ୍ତୁତ ହୋଇପାରିଛି । ତେଣୁ ଏହାକୁ ଅଖିଳେଶ କିମ୍ବା ତାଙ୍କ ପରିବାର ଲଗାଇବାକୁ ମନା କରିପାରନ୍ତି । ହେଲେ ତାଙ୍କର କୌଣସି ଅଧିକାର ନାହିଁ ରାଜ୍ୟର ଲୋକଙ୍କୁ କରୋନା ଟିକାରୁ ବଞ୍ଚିତ କରିବାକୁ । ଅନ୍ୟପଟେ ଅଳ୍ପଦିନ ପରେ ଉତରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଏଭଳି ଏକ ଦାୟିତ୍ୱହୀନ ମନ୍ତ୍ରବ୍ୟ ଦେଇ ଅଖିଳେଶ ତାଙ୍କ ରାଜନୈତିକ ବରିଷ୍ଠତାକୁ କ୍ଷତି ପହଂଚାଉଛନ୍ତି ।

କହିରଖୁ କି ସମାଜବାଦୀ ପାର୍ଟି ଉତରପ୍ରଦେଶରେ ଦିନକୁ ଦିନ ତା’ର ସ୍ଥିତି ଜାହିର କରିବାରେ ବିଫଳ ହେବା ଭଳି ଲାଗୁଛି । ବିଜେପିରୁ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହେବା ପରେ ଏସ.ପି ହେଉ କି ବିଏସପି ହେଉ , ଯେଉଁମାନେ ଦିନେ କ୍ଷମତାରେ ଥିଲେ ସେମାନେ ଆଜି ବିରୋଧୀଦଳର ମାନ୍ୟତା ହରାଇବାକୁ ବସିଲେଣି । ଏଭଳି ସ୍ଥିତିରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଅଖିଳେଶଙ୍କ ଏଭଳି ନକରାତ୍ମକ ମନ୍ତବ୍ୟ ଦଳ ପାଇଁ କ୍ଷତି ପହଂଚାଇବ ବୋଲି କୁହାଯାଉଛି ।