କନକ ବ୍ୟୁରୋ: କିଛି ଦିନ ପୂର୍ବରୁ ଷ୍ଟାର କ୍ରିକେଟର ହନୁମା ବିହାରୀ ଆନ୍ଧ୍ର ପ୍ରଦେଶର ଅଧିନାୟକ ପଦ ଛାଡିଦେଇଥିଲେ । ଏବେ ହନୁମା ବିହାରୀ ଅଧିନାୟକ ପଦ ଛାଡିବା ଉପରେ ଖୁଲାସା କରିଛନ୍ତି । ହନୁମା ବିହାରୀ କହିଛନ୍ତି, ସେ ଆଉ କେବେ ରାଜ୍ୟ ପାଇଁ ଖେଳିବେ ନାହିଁ । ରଣଜୀ ଟ୍ରଫିରେ ଏବେ ଆନ୍ଧ୍ରପ୍ରଦେଶର ଅଭିଯାନ ଶେଷ ହୋଇଯାଇଛି । କ୍ୱାଟରଫାଇନାଲରେ ଆନ୍ଧ୍ରକୁ ମଧ୍ୟପ୍ରଦେଶ ୪ରନରେ ହରାଇ ଦେଇଛି ।

ହନୁମା ବିହାରି ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଥିଲେ, ଏହି ପୋଷ୍ଟ ଜରିଆରେ ମୁଁ କିଛି ତଥ୍ୟ ସାମ୍ନାକୁ ଆଣିବାକୁ ଚାହିୁଁଛି । ଚଳିତ ରଣଜୀ ସିଜନରେ ପଶ୍ଚିମବଙ୍ଗ ବିପକ୍ଷ ମ୍ୟାଚରେ ମୁଁ ଅଧିନାୟକ ଥିଲି । ସେହି ମ୍ୟାଚରେ ମୁଁ ୧୭ତମ ଖେଳାଳି ଉପରେ ଚିଲାଇଥିଲିସ ସେ ଯାଇ ତାଙ୍କ ବାପାଙ୍କ ପାଖରେ ଅଭିଯୋଗ କରିଥିଲେ ଯିଏକି ଜଣେ ରାଜନେତା । ଫଳରେ ତାଙ୍କ ବାପା ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘରେ କହିଥିଲେ ।

ଗତ ବର୍ଷ ରଣଜୀ ଟ୍ରଫିର ଫାଇନାଲ ମ୍ୟାଚକୁ ମନେ ପକାଇ ହନୁମା କହିଥିଲେ କି, ମୁଁ ଟିମ ପାଇଁ ମୋ ଜୀବନ ବାଜିରେ ଲଗାଇ ଦେଇଥିଲି । ଡାହାଣା ହାତରେ ଆଘାତ ଲାଗିବା କାରଣରୁ ମୁଁ ବାମ ହାତରେ ବ୍ୟାଟିଂ କରିଥିଲି । ହେଲେ ଆନ୍ଧ୍ରକୁ ବିଜୟୀ କରାଇବାରେ ସଫଳ ହୋଇ ପାରିନିଥିଲି ।

ହନୁମା ଆହୁରି କହିଥିଲେ, ମୁଁ ଖେଳାଳିଙ୍କୁ ବ୍ୟକ୍ତିଗତ ଭାବେ କେବେ କିଛି କହିନାହିଁ । ହେଲେ ସଂଘ ଭାବିଲା ସେ ଖେଳାଳି ସେହି ଖେଳାଳିଠାରୁ ଏତେ ଗୁରୁତ୍ୱପୂର୍ଣ୍ଣ ଯିଏ ଗତ ବର୍ଷ ନିଜ ଶରୀର ବାଜିରେ ଲଗାଇ ବାମ ହାତରେ ବ୍ୟାଟିଂ କରିଥିଲା । ଗତ ୭ ବର୍ଷରେ ୫ ଥର ଆନ୍ଧ୍ରକୁ ନକଆଉଟରେ ପହଁଚାଇଛି ଆଉ ଭାରତ ପାଇଁ ୧୬ ଟେଷ୍ଟ ମ୍ୟାଚ ଖେଳିଛି ।

ହନୁମା ବିହାରୀ କହିଥିଲେ କି, ଦୁଃଖର କଥା ହେଉଛି କି ସଂଘର କହିବା କଥା ସେମାନେ ଯାହା କହିବେ ଖେଳାଳିଙ୍କୁ ତାହା ମାନିବାକୁ ହେବ । ଆଉ ଖେଳାଳି ତାଙ୍କ ପାଇଁ ସେଠାରେ ଅଛନ୍ତି । ମୁଁ ନିଷ୍ପତ୍ତି ନେଇ ସାରିଛି ଆଉ କେବେ ମୁଁ ଆନ୍ଧ୍ର ପାଇଁ ଖେଳିବି ନାହିଁ । ମୁଁ ମୋ ନିଜ ଆତ୍ମ ସମ୍ମାନ ହରାଇସାରିଛି । ମୁଁ ମୋ ଟିମକୁ ଭଲପାଏ । ହେଲେ ସଂଘ ଚାହୁଁନି ମୁଁ ଆଗକୁ ବଢେ ।