ସିନେ ତାରକା ଅରିନ୍ଦମ ବାଲେଶ୍ୱର ସଦର ଆସନରୁ ପ୍ରାର୍ଥୀ ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା : ଅରିନ୍ଦମ କହିଲେ ତାଙ୍କ ପାଖରେ କୌଣସି ଖବର ନାହିଁ ; ବିଜେଡି ସୁପ୍ରିମୋ ଯାହା ଦାୟିତ୍ୱ ଦେଲେ କରିବି 

3,295
କନକ ବ୍ୟୁରୋ : ବାଲେଶ୍ୱର ସଦର ଆସନରୁ ବିଜେଡି ପକ୍ଷରୁ ସିନେ ତାରକା ଅରିନ୍ଦମ ପ୍ରାର୍ଥୀ ହେବେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ଏନେଇ ଆଜି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ଅରିନ୍ଦମ । ଅରିନ୍ଦମ କହିଛନ୍ତି ସେ ପ୍ରାର୍ଥୀ ହେବା ନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ ।
ଯଦି ଦଳ ମୋ ଉପରେ ବିଶ୍ୱାସ କରି ନିର୍ବାଚନ ଲଢିବାକୁ କହିବେ, ତାହାଲେ ମୁଁ ଲଢିବି । ହେଲେ ଏ ବିଷୟରେ ମୁ ଏଯାଏଁ କିଛି ଭାବିନାହିଁ । ସେହିପରି ଦଳର ସୁପ୍ରିମୋ ଯେଉଁ ଦାୟିତ୍ୱ ଦେବେ ତାକୁ ତୁଲାଇବେ ବୋଲି କହିଛନ୍ତି ଅରିନ୍ଦମ ।
ତେବେ ଅନେକ ଦିନ ହେବ ଅରିନ୍ଦମ ବାଲେଶ୍ୱର ସଦର ଉପନିର୍ବାଚନରେ ପ୍ରାର୍ଥି ହେବା ନେଇ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଏସବୁରେ ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି ଅରିନ୍ଦମ ।