କନକ ବ୍ୟୁରୋ : ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କ୍ରମରେ ଏବେ କଂଗ୍ରେସ ସାଂସଦ ଶଶି ଥରୁରଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶଶି ଥରୁର କହିଛନ୍ତି କି ୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନ ତାଙ୍କ ପାଇଁ ଶେଷ ନିର୍ବାଚନ ହେବ । ହେଲେ ଏବେ ଭିଡିଓକୁ ନେଇ ଏବେ ଶଶି ଥରୁରୁ ସଫେଇ ଦେଇଛନ୍ତି ।

Advertisment

ଏନେଇ ଗଣମାଧ୍ୟମର ପ୍ରଶ୍ନ ଥିଲା କି ଏହା କଣ ଆପଣଙ୍କ ପାଇଁ ଶେଷ ନିର୍ବାଚନ କି ? । ଏହାର ଉତରରେ ସେ କହିଛନ୍ତି , ସମସ୍ତ ନେତାଙ୍କ ପାଇଁ ଏଭଳି ସମୟ ଆସେ ଯେତେବେଳେ ସେମାନେ ଯୁବନେତାଙ୍କ ପାଇଁ ସ୍ଥାନ ଛାଡିଥାନ୍ତି । ଏହାସହ ରାଜନୀତିରେ ଆଉ ଏକ ନାରା ରହିଛି କେବେ ବି କୁହନାହିଁ । ଅର୍ଥାତ ଯେତେବେଳେ ମୁଁ ନିର୍ବାଚନ ଲଢିବାକୁ ଯାଏ ସେତେବେଳେ ଏହା ମୋର ଶେଷ ନିର୍ବାଚନ ଭାବି ପୁରା ଶକ୍ତି ବିନିଯୋଗ କରି ନିର୍ବାଚନ ଲଢିଥାଏ ବୋଲି ସେ କହିଛନ୍ତି । ଯଦି ମୁଁ ବିଜୟୀ ହୁଏ ତେବେ ଏହା ଥିରୁଅନନ୍ତପୁରମ ଭୋଟରଙ୍କ ପାଇଁ ମୋ ତରଫରୁ ଶେଷ ସେବା ହେବ ଓ ଖୁସିରେ ପଦ ଛାଡିବାକୁ ପ୍ରସ୍ତୁତ ଅଛି ।

ଏହାସହ ଶଶି ଥରୁର କହିଛନ୍ତି କି, ରାଜନୀତରେ କୌଣସି ବି କଥା ଶେଷ କଥା ନୁହେଁ । କିଏ ଜାଣିଛି ପରିସ୍ଥିତି କଣ ହେବ, ଆଜିଠାରୁ କିଛି ବି କୁହାଯାଇପାରିବ ନାହିଁ । ୨୦୨୪ ନିର୍ବାଚନ ଫଳାଫଳ ନିଷ୍ପତ୍ତି ନେବ ଭାରତର ଭବିଷ୍ୟତ କିଭଳି ହେବ । ଏହାସହ ସେ କହିଛନ୍ତି କି ସବୁପରେ ବହୁଳବାଦ ସନ୍ଦର୍ଭରେ ଭାରତର ବୁନିଆଦୀ ଚରିତ୍ର ଓ ଲୋକତନ୍ତ୍ରର ରକ୍ଷା ହେଉ ।