କନକ ବ୍ୟୁରୋ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ୧୧ ଦିନ ବିତିଯାଇଥିଲେ ବି ପୋଲିସକୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ । ଝିଅକୁ ନ୍ୟାୟ ଦେବା ମାଆ ଅନଶନ ଜାରି ରଖିଛନ୍ତି । ଆଜି ରୁଚିକାଙ୍କ ଏକାଦଶାହ ଥିବାରୁ ତାଙ୍କ ମାଆ ଗାଁକୁ ଯାଇ ସବୁ କର୍ମ ସାରିବେ ବୋଲି କହିଛନ୍ତି ।

Advertisment

ତେବେ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ସେ କହିଛନ୍ତି । ଝିଅକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ମାଆ ବିଜେବି କଲେଜ ପ୍ରିନ୍ସିପାଲ, ୱାର୍ଡେନ ଓ ସୁପରିଟେଣ୍ଡେଣ୍ଟଙ୍କ ବହିଷ୍କାର ଦାବି କରିଛନ୍ତି । ଗତକାଲି ବିଜେବି କଲେଜ ଆଗରେ ଦଶାହ ଓ ଏକାଦଶାହ କର୍ମ କରିବା ପାଇଁ ସ୍ଥିର ହୋଇଥିବା ବେଳେ ସେଠାରୁ ପୋଲିସ୍ ରୁଚିକାଙ୍କ ମାଆ ଓ ତାଙ୍କ ସମର୍ଥନରେ ଥିବା ନବନିର୍ମାଣ ଯୁବ ଛାତ୍ର ସଂଗଠନର ସଦସ୍ୟଙ୍କୁ ଉଠାଇ ନେଇଥିଲା ।