କଂଗ୍ରେସ ସହ ଥିଲି, ଅଛି ଆଉ ରହିବି। କଂଗ୍ରେସକୁ ନିଲମ୍ବିତ ହେବା ପରେ କନକନ୍ୟୁଜରେ ପ୍ରତିକ୍ରିୟା ରଖିଲେ ମହମ୍ମଦ ମୋକିମ୍ 

76

କନକ ବ୍ୟୁରୋ: ଦଳରୁ ନିଲମ୍ବନ ନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଲେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି, କଂଗ୍ରେସ ସହ ଥିଲି, ଅଛି ଆଉ ରହିବି । ମୁଁ କୌଣସି ଦଳ ବିରୋଧୀ କାମ କରିନାହିଁ । ଲୋକଙ୍କ ସେବା ପାଇଁ ରାଜନୀତିରେ ଅଛି । କୌଣସି ଜାଗାରେ କଂଗ୍ରେସକୁ କ୍ଷତି ହେଲାଭଳି ମନ୍ତବ୍ୟ ଦେଇନାହିଁ । କିଛି ଟିପ୍ପଣୀ ଆଧାରରେ କାହାକୁ ଫୋପାଡିବା ସହଜ ନୁହେଁ ।

ଏହା ସହ ସେ ପ୍ରଶ୍ନ କରିଛନ୍ତି, ସଭାପତି କେତେଥର ଆମ ସହ ଆଲୋଚନା କରିଛନ୍ତି? ଯାହା କିଛି ବି ଥିଲା ସେ ସବୁ କଥା ଘର ଭିତରେ ସମାଧାନ ହେବାର ଥିଲା । ମୋର ଆଶା ଯେ ହାଇକମାଣ୍ଡ ଏ କଥାର ପୁନଃବିଚାର କରିବେ । ଯଦି ଶୃଙ୍ଖଳାଗତ କମିଟି ମୋତେ ଦିଲ୍ଲୀ ଡାକିବ ତେବେ ମୁଁ ନିଶ୍ଚିତି ଯିବି । ଏବେ ତ ୨୦୨୪ ନିର୍ବାଚନ ବହୁତ ଦୂରରେ ଅଛି । ଅନେକ ଦିନ ପରେ ନିର୍ବାଚନ ହେବ । କଂଗ୍ରେସ ଦଳ ଯହି ମୋତେ ଟିକଟ ନଦିଏ ତେବେ ମୁଁ ସ୍ୱାଧୀନ ଭାବେ ଲଢିବି । କଂଗ୍ରେସର ବିଚାର ଧାରା ସହ ଚାଲିବି, ଆଉ କେଉଁ ଦଳକୁ ଯିବିନାହିଁ । କଂଗ୍ରେସ ଦଳରେ ସମସ୍ତଙ୍କ ପାଇଁ ସମାନ ନିୟମ ରହିବା ଆବଶ୍ୟକତା ରହିଛି ।