ମୁଖ୍ୟମନ୍ତ୍ରୀଙ୍କ ବିବୃତି,ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା : କହିଲେ, ଓଡିଶାରେ ଚାଲିଛି ଗୁମାସ୍ତା ଶାସନ; ଏକଛତ୍ରବାଦ ଶାସନ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ

83

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ବିବୃତି ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । କଡା ସମାଲୋଚନା କଲେ କଂଗ୍ରେସ ବିଧାୟକ ଦଳ ନେତା । ନରସିଂହ କହିଲେ, ଓଡିଶାରେ ଚାଲିଛି ଗୁମାସ୍ତା ଶାସନ । ଉଭୟ କେନ୍ଦ୍ର ଓ ରାଜ୍ୟ ଏକଛତ୍ରବାଦ ଶାସନ କରୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ରରେ ଗଣତନ୍ତ୍ର ଶାସନ ବୋଲି କିଛି ନାହିଁ । କିଛି କହିଲେ ପ୍ରତିହିଂସା ପରାୟଣ ହେଉଛନ୍ତି । ଗଣମାଧ୍ୟମର କଣ୍ଠରୋଧ କରାଯାଉଛି ।

ମୋଦୀଙ୍କୁ ୧୦ରୁ ୮ ଦବା ଦର୍ଶାଉଛି ଉଭୟ ଏକାଠି ଅଛନ୍ତି । ଲୋକଙ୍କୁ ଭକୁଆ ବନାଇ ପରସ୍ପର ପିଠି ଥାପୁଡଉଛନ୍ତି । ଫାଇଭ-ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିବୃତି ଦେଇଛନ୍ତି । ସମାନ ପ୍ରସଙ୍ଗରେ ଆଲୋଚନାକୁ ଡରୁଛନ୍ତି କାହିଁକି ? ଲୋକଙ୍କୁ ପଇସା ଦେଇ ସମାବେଶ କରୁଛନ୍ତି । ଏହା କେବଳ ନିର୍ବାଚନ ପ୍ରଚାର । ସମସ୍ୟାର ସମାଧାନ ହେଉଥିଲେ ରାସ୍ତାରେ ଲୋକ ବସୁନଥାନ୍ତେ । କୌଣସି ସମସ୍ୟାର ସମାଧାନ ସରକାର କରିନାହାନ୍ତି ।

ସେପଟେ, ବିଧାନସଭା ଅଳ୍ପ ସମୟ ଚାଲିବାକୁ ନେଇ ଉଭୟ ବିଜେଡି ଓ ବିଜେପିକୁ ଦୋଷ ଦେଇଛି କଂଗ୍ରେସ । ବିଜେଡିର ନିର୍ଦ୍ଦେଶରେ ବିଜେପି ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ବନ୍ଦ ହୋଇଛି । ଉଭୟ ଦଳ ଏକାଠି ହୋଇଛନ୍ତି ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ମୁଖ୍ୟମନ୍ତ୍ରୀ ମୋଦୀ ସରକାରକୁ ପ୍ରଶଂସା କରିଛନ୍ତି । ଏପରି ସ୍ଥିତିରେ ଉଭୟ ଦଳ ଏକାଠି ହୋଇଛନ୍ତି ବୋଲି ସେ କହିଛନ୍ତି । ମୁଲତବୀ ପ୍ରସ୍ତାବ ସମୟରେ କଂଗ୍ରେସ ଶିକ୍ଷକ, ଅଙ୍ଗନବାଡି ଦିଦି ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ଆଲୋଚନା କରିବାକୁ ଚାହୁଁଥିଲା ବୋଲି ତାରା କହିଛନ୍ତି ।