ପୁଲିସ ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶନୀ । ଖାଇବାକୁ ଦେବାବେଳେ ବର୍ଷାଙ୍କ ରୁମରେ ପଶି ଭିଡିଓ ସୁଟ କଲେ ଅନୁଭବଙ୍କ ସହଯୋଗୀ : ଅଭିଯୋଗ ପରେ ପହଁଚିଲା ପୁଲିସ । ସେପଟେ ମୁହଁ ଖୋଲିଲେ ଅନୁଭବ ଅତ୍ୟାଚାର ହେଉଥିଲା ଯଦି ଘରେ ରହୁଛନ୍ତି କେମିତି ?

617

କନକ ବ୍ୟୁରୋ : ବାସ୍ତବ ଜୀବନରେ ଯେତେବେଳେ ସିନେମାର କାହାଣୀ ଭଳି ଦୃଶ୍ୟ ସାମ୍ନାକୁ ଆସେ, ସିଏ ଯେତେବେଳେ ବଡ଼ କାଳାକାର ହୁଅନ୍ତୁ ନାଁ କାହିଁକି ବିଚଳିତ ହେବା ହୁଏତ ସ୍ୱାଭାବିକ । ଆଉ ଏଇ ହେଉଛି ସେମିତି ଏକ ସାଙ୍ଗେତିକ ଚିତ୍ର । ଘରେ ବସିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଉ ତାଙ୍କୁ ଖାଇବା ପାଇଁ ଦିଆଯିବା ସମୟରେ ଘରେ ପ୍ରବେଶ କରିଛନ୍ତି ଦୁଇ ଜଣ ଯୁବକ ।

ଏହି ଦୁଇ ଯୁବକ କେବଳ ଅନଧିକାର ପ୍ରବେଶ କରିଛନ୍ତି ତାହା ନୁହେଁ, ବରଂ ବର୍ଷାଙ୍କ ଅନିଚ୍ଛା ସତ୍ୱେ ମୋବାଇଲରେ ଭିଡିଓ ବି ସୁଟ୍ କରଛନ୍ତି । ଏହି ଘଟଣା, ବର୍ଷାକୁ ଭୟବିତ କରିଦେଇଛି କାରଣ, ଏହି ଦୁଇ ଯୁବକ ଅନୁଭବଙ୍କ ସହଯୋଗୀ ବୋଲି ଯେତେବେଳେ ଅଭିଯୋଗ ଆସିଛି ।

ପୁଲିସକୁ ଫୋନ୍ କଲେ ବର୍ଷା

ସୁରକ୍ଷା ମାଗିଲେ ବର୍ଷା ପ୍ରିୟଦର୍ଶିନୀ

ଆଉ ଇଏ ହେଉଛି ଏହି ଘଟଣାର ଠିକ୍ ପରର ଚିତ୍ର । ସାଇରନ୍ ବଜାଇ କଟକ ଚୌଧୁରୀ ବଜାର ନନ୍ଦି ସାହିରେ ପହଂଚି ଥିଲା ପୁରୀଘାଟ ଥାନାର ଏକ ପୁଲିସ୍ ଟିମ୍ । ବର୍ଷାଙ୍କ ଅଭିଯୋଗ ପାଇବା ପରେ ସାହିରେ ପୁଲିସ୍ ପଇଁତରା ମାରିବା ସହ ଘଟଣା ନେଇ ବର୍ଷାଙ୍କ ସହ ଆଲୋଚନା କରିଛି ।

ଏପଟେ ବର୍ଷା-ଅନୁଭବ ଦାମ୍ପତ୍ୟ ଜୀବନରେ ଉଠିଥିବା ଘଟଣା ନେଇ ମୁହଁ ଖୋଲିଛନ୍ତି ସାଂସଦ ଅନୁଭବ ମହାନ୍ତି । ଅନୁଭବ କହିଛନ୍ତି-ସେ ବର୍ଷାଙ୍କୁ ବହୁତ ଭଲ ପାଆନ୍ତି । ଘର ଭିତରେ ସମସ୍ୟାର ସମାଧାନ ହୋଇନପାରିବାରୁ ଉଭୟେ କୋର୍ଟର ଆଶ୍ରୟ ନେଇଛନ୍ତି । ଏହା ତାଙ୍କର ବ୍ୟକ୍ତିଗତ ସମସ୍ୟା । ଏବଂ ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି ।

ଅନୁଭବଙ୍କ ସ୍ପଷ୍ଟୀକରଣ ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଭିତରେ ଓଲିଉଡର ସୁପରଷ୍ଟାର୍ ଯୋଡ଼ିଙ୍କ ଆଇନ୍ର ଲଢ଼େଇ ଘନେଇବାରେ ଲାଗିଛି । ଆଉ ଏହାରି ଭିତରେ ଡିଭି ଆକ୍ଟ ପ୍ରୋଟେକ୍ସନ ଅଫିସର ବର୍ଷାଙ୍କ ବୟାନ ରେକର୍ଡ କରିଛନ୍ତି ।

ସିନେମାର କାହାଣୀ ଭଳି ବର୍ଷା-ଅନୁଭବ ବିବାଦର ଧୂଆଁ ଯାହା ଏତେ ଦିନ ଧରି କୁହୁଳୁଥିଲା, ତାହା ଆଜି ନିଆଁ ହୋଇ ଜଳୁଛି । ଆଉ ଏହି ନିଆଁ ଯେଉଁ ରୂପ ନେବ ତାହା ଆକଳନ କରିବା ହୁଏତ ବର୍ତମାନ ସମୟରେ ସଂଭବ ନୁହେଁ ।