କୋଭିଡ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଖୋଲିବ କ୍ୟାମ୍ପସ : କ୍ୟାମ୍ପସ ଖୋଲିବା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

820

କନକ ବ୍ୟୁରୋ : ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମୁଛି । । ବିଳମ୍ବରେ ହେଲେ ବି ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ । ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ଆଜି ସୂଚନା ଦେଇଛନ୍ତି । ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ପଦକ୍ଷେପ ନିଆଯିବ । ପିଲାମାନେ ପାଠ ପଢନ୍ତୁ । କ୍ୟାମ୍ପସ ଖୋଲିବାରେ ସାମାନ୍ୟ ବିଳମ୍ବ ହୋଇପାରେ । ତେବେ ରିସର୍ଚ ସ୍କଲାରଙ୍କ ପାଇଁ କ୍ୟାମ୍ପସ ଖୋଲିବା ନେଇ ଗାଇଡଲାଇନରେ ବ୍ୟବସ୍ଥା ହେବ ବୋଲି ମନ୍ତ୍ରୀ କହିଛନ୍ତି ।