ମୁଁ ଦଳ ପାଇଁ ବହୁତ କାମ କରିଛି । ବାପା ବି ଦଳରେ ଜଣେ ଶୃଙ୍ଖଳିତ ନେତା ଥିଲେ । ଜିତିଲେ ତିର୍ତ୍ତୋଲରେ ସୂତା କଳ ପ୍ରତିଷ୍ଠା କରିବି

Advertisment
ମୁଁ ଦଳ ପାଇଁ ବହୁତ କାମ କରିଛି । ବାପା ବି ଦଳରେ ଜଣେ ଶୃଙ୍ଖଳିତ ନେତା ଥିଲେ । ଜିତିଲେ ତିର୍ତ୍ତୋଲରେ ସୂତା  କଳ ପ୍ରତିଷ୍ଠା କରିବି

କନକ ବ୍ୟୁରୋ : ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଦଳ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଂକର ଦାସଙ୍କୁ ପ୍ରାର୍ଥୀ କରିଛି । ନାମ ଘୋଷଣା ହେବା ପରେ ବିଜୟ ଶଂକର ଦାସ କହିଛନ୍ତି କି ଟିକେଟ୍ ଲବିରେ ନଥାଇ ଦଳ ମୋ ଉପରେ ଭରଷା କରିଥିବାରୁ ମୁଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । ଏହା ସହ ବାପାଙ୍କ ଅନ୍ତେ ସିମ୍ପାଥି ଭୋଟ ଲକ୍ଷରେ ଦଳ ଆପଣଙ୍କୁ ପ୍ରାର୍ଥୀ କରିଛି ବୋଲି ପ୍ରଶ୍ନର ଉତର ଦେଇ ବିଜୟ ଶଂକର କହିଛନ୍ତି କି ସିମ୍ପାଥି କଥା ସମ୍ପୁର୍ଣ୍ଣ ଠିକ୍ ନୁହେଁ ତଥାପି ବାପା ତିର୍ତ୍ତୋଲ ପାଇଁ ଯାହା କାର୍ଯ୍ୟ କରିଛନ୍ତି ତାହା ପାଇଁ ଲୋକଙ୍କ ସମର୍ଥନ ମୋ ଉପରେ ରହିବ ବୋଲି ସେ କହିଛନ୍ତି । ଆପଣଙ୍କୁ ଦଳ କାହିଁକି ଟିକେଟ୍ ଦେଲା ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି ମୁଁ ଦଳ ପାଇଁ ବହୂତ କାମ କରିଛି, ବାପା ବି ଦଳରେ ଦୀର୍ଘଦିନ ରହି କାମ କରିଥିବା ଯୋଗୁଁ ସୁପ୍ରିମୋ ମୋତେ ଟିକେଟ୍ ଦେଇଛନ୍ତି । ଅନ୍ୟପଟେ ଆପଣ ତିର୍ତ୍ତୋଲ ପାଇଁ କେଉଁ ମୁଦ୍ଦା ନେଇ ଲୋକଙ୍କ ପାଖକୁ ଯିବେ । ଉତ୍ତରରେ ସେ କହିଥିଲେ କି ତିର୍ତ୍ତୋଲ ଏକ କୃଷି ବହୁଳ ଅଞ୍ଚଳ ହୋଇଥିବାରୁ କୃଷକ ମାନଙ୍କର ସମସ୍ୟା ନେଇ କାମ କରିବି । ଏହା ବ୍ୟତିତ ତିର୍ତ୍ତୋଲରେ କିଭଳି ଏକ ସୁତାକଳ ପ୍ରତିଷ୍ଠା କରାଯାଇପାରିବ ସେ ନେଇ ଚେଷ୍ଟା କରିବି ।

ଦଳୀୟ କନ୍ଦଳ ନେଇ ସେ କହିଛନ୍ତି କି ଦଳ ଭିତରେ କିଛି କନ୍ଦଳ ନାହିଁ । ଆମେ ସମସ୍ତେ ବିଜେଡି ଦଳର ଲୋକ ଓ ଆମର ନେତା ନବୀନ ପଟ୍ଟନାୟକ । ତେଣୁ ଲୋକଙ୍କ ସମସ୍ୟା ଓ ଦଳର ସମସ୍ୟାକୁ ଠିକ୍ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଂଚାଇବୁ । ସମାଧାନ କରିବା ଦାୟୀତ୍ୱ ତାଙ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe