ମୁଁ ଦେଖିଛି ମୋ ମାଆକୁ ମାରିଦେଲା ମୋ ବାପା । ପୋଲିସ ଆଗରେ ଝିଅ ବଖାଣିଲା ବିଭତ୍ସ ହତ୍ୟାକାଣ୍ଡ କାହାଣୀ ।

533

କନକ ବ୍ୟୁରୋ: ବାପା ସାଜିଲା ହତ୍ୟାକାରୀ । କୁନି ଝିଅ ମୁହଁରେ ମା ହତ୍ୟାର କାହାଣୀ ।  ଗଳା ଦବାଇ ମାକୁ ହତ୍ୟା କରିଛନ୍ତି ବାପା । ଜଣେ କୁନି ଝିଅର ଏଭଳି ବୟାନକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା । ୭ ବର୍ଷ ତଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବଙ୍ଗୀୟକାର ଗାଁର ତପନ ମଣ୍ଡଳଙ୍କ ଝିଅ ଲିପିକା ମଣ୍ଡଳ ଉମରକୋଟ ବ୍ଲକର ସିଲାଟି ଗ୍ରାମର ମାଣିକ ଘୋଷଙ୍କୁ ବିବାହ କରିଥିଲେ । ମାଣିକ ହୋଟେଲ ମ୍ୟାନଜମେଣ୍ଟ ପାଠ ପଢିଥିଲେ ମଧ୍ୟ ବିବାହ ବେଳକୁ କୌଣସି ଚାକିରୀ କରୁନଥିଲେ । ମେ ମାସରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହେଲା ଓ ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ହୋଇଥିଲେ ଏବଂ ଉମରକୋଟ ଥାନାରେ ମେ ମାସ ୮ ତାରିଖରେ କେସ ରୁଜୁ ହୋଇଥିଲା ଓ ପରେ ଲିପିକା ବାପାଙ୍କ ଘରକୁ ପଳାଇ ଆସିଥିଲା ।

ତେବେ ଜୁନ ମାସ ରେ ପୁଅ ଘର ଲୋକ କାରାଗାଁ କୁ ଆସି ଝିଅ କୁ ନେବା ପାଇଁ ଆସିଥିଲେ । କିନ୍ତୁ ଝିଅ ଘର ଛାଡ଼ିବା ପାଇଁ ରାଜି ନଥିଲେ । ଶେଷରେ ଗ୍ରାମ ଲୋକଙ୍କ ବୈଠକ ବସିବା ପରେ ବାପା ଲିପିକାକୁ ସ୍ୱାମୀ ନିକଟ କୁ ଛାଡିଥିଲେ । ଜୁନରେ ସ୍ୱାମୀ ଓ ସ୍ତ୍ରୀ ଦାଦନ ଖଟିବାକୁ ସୁଦୂର କାକିନାଡ଼ା ଯାଇଥିଲେ । ସେଠାରେ ମାଣିକ ଗୋଟିଏ ହୋଟେଲ୍ ରେ ଏକ କାମ କରୁଥିଲେ । ସୋମବାର ସକାଳ ପ୍ରାୟ ୬ ଟା ବେଳେ ମାଣିକ ତାର କାକିନାଡ଼ାରେ ରହୁଥିବା ଗୋଟିଏ ସାଙ୍ଗକୁ ଫୋନ କରି ସ୍ତ୍ରୀ ଆଉ ଉଠୁନାହିଁ କହିଲା । କିନ୍ତୁ ଲିପିକା ମୃତ୍ୟୁ ହୋଇଥିବା ଜାଣି ନେଇନଥିଲା । ଏହି ଖବର ପୋଲିସ ନିକଟରେ ପହଞ୍ଚିବା ପରେ କାକିନାଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଜ ଆଡୁ ମାମଲା ରୁଜୁ କରି ମାଣିକଙ୍କୁ ଗିରଫ କରିଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟ ହେଉଛି ଅଢେଇ ବର୍ଷର ଝିଅ ପୋଲିସ୍ ସମ୍ମୁଖରେ ମୋ ବାପା ହିଁ ମୋ ମା କୁ ଗଳାଚିପି ହତ୍ୟା କରିଛି ବୋଲି ବୟାନ ଦେଇଛି ଯାହାକି ପୋଲିସ କୁ ଆଶ୍ଚର୍ଯ୍ୟ କରିଦେଇଛି । ଏପରି କି ମାଣିକ ପୋଲିସ ସମ୍ମୁଖରେ କହିଛି ମୋ ସ୍ତ୍ରୀ କୁ ମୂର୍ଚ୍ଛା ବେମାର ହେବା ପରେ ମୁଁ ପାଟି ପାଖରେ ଆଙ୍ଗୁଠି ରଖିଥିଲି ଓ ଏହି ସମୟ ରେ ଲିପିକା ମୋ ଆଙ୍ଗୁଠିକୁ କାମୁଡି ଦେଇଥିଲା ଓ ମୁ ରାଗି କି ଲିପିକାର ଗଳା ଚିପି ଦେଇ ମାରିଦେଲି । ନାତୁଣୀ ଓ ଝିଅର ମୃତ ଶରୀରକୁ ଆମ୍ବୁଲାନ୍ସରେ ଧରି କାରାଗାଁ ପହଞ୍ଚିଥିଲେ ଲିପିକାର ବାପା ତପନ ମଣ୍ଡଳ । ଘଟଣାକୁ ନେଇ ଲିପିକାଙ୍କ ବାପା କହିଛନ୍ତି ଝିଅର କୌଣସି ମୂର୍ଚ୍ଛା ବେମାର ନଥିଲା, ଏହା ଏକ ଯୋଜନାବଦ୍ଧ ଭାବରେ ତାର ସ୍ୱାମୀ ହତ୍ୟା କରିଛି ଓ ଦୋଷୀ ମାଣିକଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି । ଏପରି କି ଝିଅ ନାରେ ୪ ଏକର ଜମି ଥିଲା ତାକୁ ଜ୍ୱାଇଁକୁ ବିକ୍ରୀ କରି ଦେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ସମଗ୍ର ଉମରକୋଟ ଅଞ୍ଚଳରେ ହଇଚଇ ସୃଷ୍ଟି ହେଇଛି ।