‘ପରୀ’ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତିକ୍ରିୟା : କହିଲେ,ଭଗବାନ ପାଖେ ପ୍ରାର୍ଥନା ପରୀ ନ୍ୟାୟ ପାଉ,ଆଉ ସତ୍ୟ ଉନ୍ମୋଚନ ହେଉ

373

କନକ ବ୍ୟୁରୋ : ପରୀ ହତ୍ୟା ମମାଲାରେ ଦୀର୍ଘଦିନର ବ୍ୟବଧାନ ପରେ ମୁହଁ ଖୋଲିଲେ ମନ୍ତ୍ରୀ ଅରୁଣ ସାହୁ । କହିଲେ,ଭଗବାନ ପାଖେ ପ୍ରାର୍ଥନା ପରୀ ନ୍ୟାୟ ପାଉ,ଆଉ ସତ୍ୟ ଉନ୍ମୋଚନ ହେଉ ।

ସୂଚନାଯୋଗ୍ୟ ଯେ, ନୟାଗଡ଼ ଯଦୁପୁର ଗାଁର ପରୀ ମୃତ୍ୟୁ ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍‌ଆଇଟି । ଅଭିଯୁକ୍ତର ନାମ ସରୋଜ ସେଠୀ । ସେହି ପରୀକୁ ହତ୍ୟା କରିଛି ବୋଲି ଗତକାଲି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରେସ୍‌ମିଟ ଜରିଆରେ ସୂଚନା ଦେଇଥିଲେ । ଏସ୍‌ଆଇଟି ମୁଖ୍ୟ ପ୍ରେସ୍‌ମିଟ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପରୁ ରହସ୍ୟ ପରଦା ହଟାଇଥିଲେ । ଅଭିଯୁକ୍ତଙ୍କ ଜଣଙ୍କ ପରୀକୁ ତଣ୍ଟିଚିପି ହତ୍ୟା କରିଛି । ଏବେ ହତ୍ୟା ପରେ ମୃତଦେହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ପରେ ମୃତଦେହକୁ ଲୁଚାଇବା ପାଇଁ ନିକଟରେ ଥିବା ପୋଖରୀ ହୁଡ଼ାରେ ପକାଇଦେଇଥିଲା । ସ୍ଥାନୀୟ ଲୋକ କାଳେ ମୃତଦେହକୁ ଦେଖିଦେବେ, ସେଥିପାଇଁ ମୃତଦେହ ଉପରେ ନଡିଆ ବାହୁଙ୍ଗା ପକାଇଦେଇଥିଲେ । ଯାହାକୁ ଏସ୍‌ଆଇଟି ଜବତ କରିଛି । ତେବେ ଜବତ ହୋଇଥିବା ନଡିଆ ବାହୁଙ୍ଗାର ଜେନମ୍‌ ଟେଷ୍ଟ ପାଇଁ ଦିଲ୍ଲୀ ଓ ହାଇଦ୍ରାବାଦ ପଠାଯିବ ।

ସେପଟେ, ନୟାଗଡ ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ପୋଖରୀ ନିକଟରେ ଓଡ୍ରାଫ ଓ ଏସଆଇଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ବୋଥ୍ରା । ଅଧିକ ପ୍ରମାଣ ପାଇଁ ପୋଖରୀ ଭିତରେ ଓଡ୍ରାଫ ଟିମ ଯାଂଚ କରୁଛନ୍ତି । ସ୍କୁବା ଡାଇଭର ସାହାର୍ଯ୍ୟରେ ଖୋଜା ଚାଲିଛି । ଗତକାଲି ପୋଖରୀରୁ ଜଳ ନିଷ୍କାସନ ପରେ ପରୀର ଲେଗିଙ୍ଗସ ମିଳିଥିଲା । ଦିନ ତମାମ ମଟର ଲଗାଇ ପାଣି ଶୁଖାଯାଇଥିଲା । ଏହା ପରେ ରାତିରେ ଓଡ୍ରାଫ ଟିମ ପହଚିଂ ପାଣି ଭିତରେ ଖୋଜାଖୋଜି ପରେ ଲେଗିଙ୍ଗସ ପାଇଥିଲେ ।