କ୍ରିକେଟ କରିଦେଲା କୋଟିପତି । ବାପା ପାନ ଦୋକାନୀ, ପୁଅ ଏବେ ଆଇପିଏଲ ନିଲାମୀର ଚର୍ଚ୍ଚିତ ଚେହେରା । ଶୁଭମ ଦୁବେଙ୍କୁ ନେଇ ଜୋରଦାର ଚର୍ଚ୍ଚା ।

3,508

କନକ ବ୍ୟୁରୋ : ଆଇପିଏଲ କରିଦେଲା କୋଟିପତି । ୫.୮୦ କୋଟିରେ ବିକ୍ରି ହେଲେ ପାନ ଦୋକାନୀଙ୍କ ପୁଅ । ୨୦୨୪ ଆଇପିଏଲ ନିଲାମୀରେ ମହାରାଷ୍ଟ୍ର ନାଗପୁରର ଖେଳାଳୀ ଶୁଭମ ଦୁବେଙ୍କୁ ୫ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ୧୦ ବର୍ଷ ତଳେ ଶୁଭମଙ୍କ ପାଖରେ ଖେଳିବା ପାଇଁ ବ୍ୟାଟ ନଥିଲା । ଟଙ୍କା ନଥିବାରୁ ସେ ହଳେ ଗ୍ଲୋଭସ ମଧ୍ୟ କିଣିପାରୁନଥଲେ । ତାଙ୍କ ବାପାଙ୍କର ମହାରାଷ୍ଟ୍ରର ନାଗପୁର କମଲ ଛକ ଏକ ପାନ ଦୋକାନ ରହିଥିଲା । ପାନ ବିକ୍ରି ତାଙ୍କ ବାପା ପରିବାର ଚଳାଉଥିଲେ । କିନ୍ତୁ ଏବେ ଶୁଭମଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି । ବହୁ କଷ୍ଟରେ କ୍ରିକେଟରେ ନିଜର ସ୍ଥିିତି ଜାହିର କରିଥିବା ଶୁଭମଙ୍କ ଭାଗ୍ୟ ମଙ୍ଗଳବାର ବଦଳିଯାଇଛି ।

ଶୁଭମ ଦୁବେଙ୍କୁ ୫ କୋଟି ୮୦ ଲକ୍ଷ ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ଏହା ଜାଣିବା ପରେ ଶୁଭମ ଏବଂ ତାଙ୍କ ପରିବାର ଲୋକେ ନିର୍ବାକ ହୋଇଯାଇଛନ୍ତି । ଆଇପିଏଲ ନିଲାମୀରେ ବିକ୍ରି ହେବା ପରେ ଶୁଭମ କହିଛନ୍ତି, ଏତେ ଟଙ୍କାରେ ବିକ୍ରି ହେବେ ବୋଲି ସେ କେବେ ଭାବିନଥିଲେ । ତେବେ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ ଯୋଗୁ ତାଙ୍କୁ କିଣାଯାଇଛି ବୋଲି ସେ କହିଛନ୍ତି ।

୨୭ ବର୍ଷିୟ ଏହି ବାମହାତୀ ଖେଳାଳୀଙ୍କୁ ଜଣେ ଫିନିସର ବୋଲି କୁହାଯାଉଛି । ତାଙ୍କର ଷ୍ଟ୍ରାଇକ ରେଟ୍ ୧୮୭ ଦଶମିକ ୨୮ ରହିଛି । ବିଦର୍ଭ ପକ୍ଷରୁ ସେ ରଣଜୀ ମ୍ୟାଚ ଖେଳୁଛନ୍ତି ।