ମୁମ୍ବାଇରେ ଚାଲିଛି ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ : ସୋନିଆ, ରାହୁଲଙ୍କ ସମେତ ମମତା, ନୀତୀଶ ଭଳି ପ୍ରମୁଖ ନେତା ଉପସ୍ଥିତ

146

କନକ ବ୍ୟୁରୋ : ମୁମ୍ବାଇରେ ଚାଲିଛି ବିରୋଧୀ ଇଣ୍ଡିଆ ମେଣ୍ଟର ବୈଠକ । ବୈଠକରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଉପସ୍ଥିତ ଅଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି । ଏହା ସହ ଲାଲୁ ପ୍ରସାଦ ଯାଦବ, ଉଦ୍ଧବ ଠାକରେ, ଶରଦ ପାୱାର ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି । ମେଣ୍ଟର ଆଭିମୁଖ୍ୟ, ଆସନ ବୁଝାମଣା ଇତ୍ୟାଦିକୁ ନେଇ ଚାଲିଛି ମାନସ ମନ୍ଥନ କରାଯାଉଛି । ଗୋଟିଏ ଦେଶ ଗୋଟିଏ ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ହୋଇପାରେ । ସଂଯୋଜକଙ୍କ ନାଁ ଆଜି ସାମ୍ନାକୁ ଆସିପାରେ ।

ହେଲେ ଆଜି ବୈଠକରେ ମେଣ୍ଟର ଲୋଗ ଜାରି କରାଯିବ ନାହିଁ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ, ଲୋଗୋରେ ଜାତୀୟ ପତାକାର ତିନି ରଙ୍ଗ ଗେରୁଆ, ଧଳା ଓ ସବୁଜ ରଙ୍ଗ ରହିପାରେ । ସେପଟେ ଲୋକସଭା ନିର୍ବାଚନ ପାଇଁ ଆସନ କେମିତି ବଣ୍ଟା ହେବ, ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । କୁହାଯାଉଛି ୨୦୧୯ ଲୋକସଭା ନିର୍ବାଚନ ଆଧାରରେ ଫର୍ମୁଲା ପ୍ରସ୍ତୁତ ହୋଇପାରେ । ବିଜୟ ଆସନ ସହ ଯେଉଁ ଦଳ ଦ୍ୱିତୀୟ ସ୍ଥାନରେ ଥିଲା ସେହି ଆସନ ସଂପୃକ୍ତ ଦଳକୁ ଦିଆଯାଇପାରେ ।