ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦକୁ ନେଇ କ୍ୟାମେରା ସାମନାରେ ଅନୁଭବଙ୍କ ପ୍ରତିକ୍ରିୟା । କହିଲେ, ବର୍ଷାଙ୍କୁ ବହୁତ ଭଲ ପାଏ : ଘର ଭିତରେ ସମସ୍ୟାର ସମାଧାନ ହୋଇନପାରିବାରୁ କୋର୍ଟର ନେଲୁ ଆଶ୍ରୟ

496

କନକ ବ୍ୟୁରୋ : ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦକୁ ନେଇ କ୍ୟାମେରା ସାମନାରେ ପ୍ରଥମଥର ପାଇଁ ଅନୁଭବ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,ସେ ବର୍ଷାଙ୍କୁ ବହୁତ ଭଲ ପାଆନ୍ତି । ସେ ଏବେ ତାଙ୍କ ଘରେ ରହୁଛନ୍ତି । ଘର ଭିତରେ ସମସ୍ୟାର ସମାଧାନ ହୋଇନପାରିବାରୁ ଉଭୟ କୋର୍ଟର ଆଶ୍ରୟ ନେଲେ ।

ଏହା ତାଙ୍କର ବ୍ୟକ୍ତିଗତ ସମସ୍ୟା । ନ୍ୟାୟ ବ୍ୟବସ୍ଥା ଉପରେ ଭରସା ଅଛି । ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛନ୍ତି । ଏବଂ ଏ ବିଷୟରେ ଅଧିକ କିଛି କହିବାକୁ ଚାହୁଁନାହାଁନ୍ତି ବୋଲି କହିଛନ୍ତି ।