ଟିକେଟ୍ ପାଇବେ ବୋଲି କେବେ ଆଶା କରିନଥିଲି କି ଲବିରେ ବି ନଥିଲି । ଏହା ସହ ମୁଁ ପ୍ରାର୍ଥୀ ହେଉଛି ବୋଲି ବି ପୂର୍ବରୁ ସୂଚନା ପାଇନଥିଲି

ଦଳ ଟିକେଟ୍ ଦେବା ମୋ ପାଇଁ ଏକ ସରପ୍ରାଇଜ୍

1,230

କନକ ବ୍ୟୁରୋ : ବାଲେଶ୍ୱର ସଦର ନିର୍ବାଚନ ପାଇଁ ଶାସକ ଦଳ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି । ଦଳ ଭିତରେ ବହୁ ବରିଷ୍ଠ ନେତା ଥିବା ବେଳେ ଦଳ ଶେଷରେ ଜଣେ ଯୁବ ସଂଗଠକଙ୍କୁ ନିର୍ବାଚନ ମୈଦାନ କୁ ଉହ୍ଲାଇଛି । ସ୍ୱରୂପ କୁମାର ଦାସ ଙ୍କୁ ଟିକେଟ ମିଳିବା ପରେ ସେ କହିଛନ୍ତି କି ଟିକେଟ୍ ପାଇବେ ବୋଲି କେବେ ଆଶା କରିନଥିଲି କି ଲବିରେ ବି ନଥିଲି । ଏହା ସହ ମୁଁ ପ୍ରାର୍ଥୀ ହେଉଛି ବୋଲି ବି ପୂର୍ବରୁ ସୂଚନା ପାଇନଥିଲି ।
ଦଳ ସବୁବେଳେ ଲୋକଙ୍କ ସହିତ ରହିଛି । ଦଳ କୌଣସି ଏକ କାରଣକୁ ନେଇ ୨୦୧୯ ସାଧାରଣ ନିର୍ବାଚନରେ ହାରିଥିଲା । କିନ୍ତୁ ବିଗତ ଦେଢ ବର୍ଷ ମଧ୍ୟରେ ବିଜେପିରୁ ବିଧାୟକ ହୋଇଥିବା ମଦନ ମୋହନ ଦତ୍ତ କ’ଣ କାମ କରିଛନ୍ତି ସେକଥା ଆମେ କହିବୁ ନାହିଁ । କିନ୍ତୁ ବିଜେଡି ପକ୍ଷରୁ ବାଲେଶ୍ୱର ସଦର ପାଇଁ ଯେଭଳି ଜନମଙ୍ଗଳ କାର୍ଯ୍ୟକ୍ରମ କରାଯାଇଛି ତାହାକୁ ଲୋକ କେବେ ଭୂୁଲିବେ ନାହିଁ । ବିଶେଷ କରି କରୋନା ମହାମାରୀ ସମୟରେ ଦଳ ପକ୍ଷରୁ ଜିଲ୍ଲାରେ ଯେଭଳି ସେବା ଯୋଗାଇ ଦିଆଯାଇଛି ତାହା ଅନ୍ୟ କେଉଁ ଦଳ ଶାସନରେ ଥିବା ବେଳେ ହୋଇଛି ବୋଲି ମୁଁ ମନେ କରୁନାହିଁ ।
ଶ୍ରୀ ଦାସ କହିଛନ୍ତି କି ଏଥର ଲଢେଇ ଦୁଇଦଳ ମଧ୍ୟରେ ହେବାକୁ ଯାଉଛି । ବିଜେଡି ବିଜେପି ମଧ୍ୟରେ ବିଶେଷ ଭାବେ ଲଢେଇ ହେବ । ଏହି ଲଢେଇରେ ବିଜେଡି ଶତପ୍ରତିଶତ ବିଜୟୀ ହେବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅନ୍ୟପଟେ ଦଳୀୟ ଟିକେଟରୁ ଲଢିବେ ବୋଲି ଅଶା କରିଥିବା ଜୀବନ ପ୍ରଦୀପ ଦାସଙ୍କୁ ନେଇ ସେ କହିଛନ୍ତି କି ଏହା ଦଳର ସୁପ୍ରିମୋଙ୍କ ନିସ୍ପତ୍ତି । ଏହା ଉପରେ ଜୀବନ ପ୍ରଦୀପ ଦାସ ଅଭିଯୋଗ ଉଠାଇବେ ବୋଲି ମୁଁ ଆଶା କରୁନାହିଁ । ଏହାସହ ଦଳୀୟ କନ୍ଦଳ ବାବଦରେ ସେ କହିଛନ୍ତି କି ଦଳ ଭିତରେ ନା ପୂର୍ବରୁ କନ୍ଦଳ ଥିଲା ନା ଏବେ ଅଛି । ଯଦି ବି କିଛି ଥାଏ ତାହା ନିଜ ଭିତରେ ସମାଡଧାନ ହୋଇଯିବ ।