ସୌମ୍ୟରଂଜନଙ୍କ ମୃତ୍ୟୁ ମାମଲା : ଭାଇରାଲ ହେଉଛି ବିଦ୍ୟାଭାରତୀଙ୍କ ହାତଲେଖା ଚିଠି ଲେଖିଛନ୍ତି, ଏହି ବ୍ୟକ୍ତିଙ୍କୁ ସେ କରନ୍ତି ଘୃଣା

834

କନକ ବ୍ୟୁରୋ : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଏକ ହାତଲେଖା ଚିଠିକୁ ନେଇ ଏବେ ଚର୍ଚ୍ଚା । ଏଥିରେ ବିଦ୍ୟାଭାରତୀ ଲେଖିଛନ୍ତି, ସୌମ୍ୟଙ୍କ ସହ ବାହାଘର ତାଙ୍କର ସବୁଠାରୁ ଭୁଲ ନିଷ୍ପତ୍ତି ଥିଲା । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜଣକର ଜୀବନକୁ ନଷ୍ଟ କରିଦିଏ, ତାହା ତାଙ୍କ ଜୀବନରେ ଘଟିଛି । ଏଥିରେ ସେ ଆହୁରି ଲେଖିଛନ୍ତି, ତାଙ୍କୁ କ୍ଷମା କରିଦିଅ । ସେ କେବେ କାହାର କ୍ଷତି କରିନାହାନ୍ତି । କାହାକୁ କଷ୍ଟ ଦେଇନାହାନ୍ତି ।

କେମିତି ଆଉ ୩ ଦିନ କଟିବ ଓ ୧୨ରୁ ୧୫ ଶାନ୍ତିରେ ରହିବେ ସେ ନେଇ ବିଦ୍ୟାଭାରତୀ ଚିଠିରେ ଲେଖିଛନ୍ତି । ମୁଁ ପୃଥିବୀରେ ସବୁଠୁ ଅଧିକ ତୁମକୁ ଘୃଣା କରେ । ସମସ୍ତ ଭୁଲ ପାଇଁ ଭଗବାନ କ୍ଷମା କର ବୋଲି ଚିଠିରେ କହିଛନ୍ତି ବିଦ୍ୟାଭାରତୀ । ଦୟାକରି ମୋ ଜୀବନ ନଷ୍ଟ କରିନାହିଁ । କିନ୍ତୁ ବିଦ୍ୟାଭାରତୀ କାହିଁକି ଲେଖିଲେ –ଯେ, ଏହି ୩ ଦିନ କେମିତି କଟିବ ତାହା ବୁଝାପଡୁନାହିଁ ।

ତାପରେ ଲେଖିଛନ୍ତି, ସେ ଶାନ୍ତିରେ ରହିବେ । ଏହାର ଅର୍ଥ କଣ ହୋଇପାରେ ତାହା ମଧ୍ୟ ଜଣାପଡୁନାହିଁ । କେବେ ଚିଠି ଲେଖାଯାଇଥିଲା, ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ । କିନ୍ତୁ ଏହି ଚିଠିଟି ସେ ନିଜେ ଲେଖିଥିବା ନେଇ ବିଦ୍ୟାଭାରତୀ ସ୍ୱୀକାର କରିଛନ୍ତି । ଏହି ଚିଠିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବାହାଘର ପରେ ଉଭୟ ମଧ୍ୟରେ ଭୟଙ୍କର ମନାନ୍ତର ସୃଷ୍ଟି ହୋଇଥିଲା ।