କନକ ବ୍ୟୁରୋ: ମନ୍ତ୍ରିପଦରୁ ବାଦ୍ ପରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ରୋହିତ ପୂଜାରୀ । କହିଲେ, ମୁଁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ମୋଠୁ ଅଧିକ ଆଶା କରୁଥିବେ । ହୁଏତ ମୁଁ ଦେଇପାରିନଥିବି । ସେଥିପାଇଁ ମୋତେ ବାଦ୍ ଦିଆଯାଇଥିବ ।
ତେବେ ମନ୍ତ୍ରିପଦରୁ ବାଦ୍ ଯୋଗୁଁ ଦୁଃଖ ନାହିଁ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ରୋହିତ । ନୂଆ ଭାବେ ମନ୍ତ୍ରୀ ହୋଇଥିଲି, ଆଗକୁ ଆହୁରି ଶିଖିବି । ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ଦଳ ପାଇଁ କରିବି । ବିଗତ ଦିନରେ ମୁଖ୍ୟମନ୍ତ୍ରୀ ମତେ ବହୁତ ଜିନିଷରେ ଆଶୀର୍ବାଦ କରିଛନ୍ତି । ଜିଲ୍ଲା ସଭାପତି, ଲିଫ୍ଟ ଇରିଗେସନ ଅଧ୍ୟକ୍ଷ କରିଥିଲେ, ଦୁଇ ଦୁଇ ଥର ବିଧାୟକ ଟିକେଟ ଦେଇଛନ୍ତି । ମନ୍ତ୍ରୀ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ କରିଥିଲେ । ଆଉ ମୁଁ ମୋର ସବୁ ପ୍ରକାର ପ୍ରୟାସ କରିଛି । କେଉଁଠି ନା କେଉଁଠି ମୁଖ୍ୟମନ୍ତ୍ରୀଙ୍କୁ ଲାଗୁଛି ମୋର ପ୍ରୟାସରେ କମି ରହିଛି ବୋଲି ପ୍ରତିକ୍ରିୟାରେ କହିଛନ୍ତି ରୋହିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/new-01_00000.jpg)