କନକ ବ୍ୟୁରୋ : କ୍ଷମତାରେ ରହିବା ପାଇଁ ମୁଁ ଚାହେଁ ନାହିଁ । ମୋ ଲକ୍ଷ୍ୟ ହେଉଛି ଲୋକଙ୍କ ସେବା କରିବା । ୮୩ ତମ ମନ କୀ ବାତ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି , ସରକାରଙ୍କ ଯୋଜନା ମାଧ୍ୟମରେ କେତେ ଲୋକଙ୍କ ଜୀବନ ପରିବର୍ତନ ହେଉଛି ? କେତେ ଲୋକ ଏଥିରୁ ଲାଭ ପାଉଛନ୍ତି ? ତାହା ଶୁଣିବା ପରେ ମୋତେ ଖୁସୀ ଲାଗେ । ଏବଂ ଏହା ଆଗକୁ ଲୋକଙ୍କ ପାଇଁ ନୂଆ ଯୋଜନା କରିବା ପାଇଁ ପ୍ରେରଣା ଯୋଗାଏ ବୋଲି ପ୍ରଧାନମନ୍ତୀ କହିଛନ୍ତି ।
ସେହିପରି କରୋନା ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ମହାମାରୀ ଶେଷ ହୋଇନାହିଁ । ଜନସାଧାରଣଙ୍କୁ ସମ୍ବୋଧନ କରି ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ କରୋନା ନିୟମାବଳୀ ପାଳନ କରିବାକୁ ଅନୁରୋଧ କରିଛନ୍ତି । କରୋନା ମହାମାରୀ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ବୋଲି ଆମେ ଭୁଲିବା କଥା ନୁହେଁ । କରୋନାକୁ ପ୍ରତିହତ କରିବା ଆମର ଦାୟୀତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଡିସେମ୍ବୂର ୬ ତାରିଖରେ ବିଆର ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପଡୁଥିବାରୁ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।
କ୍ଷମତା ନୁହେଁ, ମୁଁ ସେବା କରିବାକୁ ଚାହେଁ । ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୋଦିଙ୍କ ମୁହଁରେ ବଡ କଥା
/kanak/media/post_attachments/wp-content/uploads/2021/11/27-30.jpg)