କନକ ବ୍ୟୁରୋ: ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ମଞ୍ଚ ଉପରେ ପୁରୁଣା ପ୍ରତିଶ୍ରୁତିକୁ ମନେପକାଇଲେ ନବୀନ । କହିଲେ, ବର୍ଷକ ମଧ୍ୟରେ ପଦ୍ମପୁର ଜିଲ୍ଲାରେ ପରିଣତ ହେବ । କାରଣ ବିକାଶ ପାଇଁ ଆପଣମାନେ ପ୍ରସ୍ତାବ ଦେଇଥିଲେ, ସେହି ପ୍ରସ୍ତାବକୁ ଭିତ୍ତିକରି ଅର୍ଥ ମଞ୍ଜୁର କରାଯାଇଛି । ତେଣୁ ଏ ଅଞ୍ଚଳର ବିକାଶକୁ ଆଗେଇ ନେବ ଏହି ସହାୟତା । ମୁଁ କଥାରେ ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।