ବଲିଉଡ୍ ଅଭିନେତା ରଣବୀର କପୁର ନିଜର ଫିଲ୍ମ ‘ ଜଗା ଜାସୁସ୍’ ର ରିଲିଜ ପାଇଁ ପ୍ରସ୍ତୁତି ପର୍ବ ଚଳାଇଛନ୍ତି । ଏହି ଫିଲ୍ମର ରିଲିଜ ପରେ ତାଙ୍କର ପୂରା ଧ୍ୟାନ ସଂଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ଉପରେ ଦେବେ । ଯେଉଁଥିରେ ସେ ସଂଜୟ ଦତ୍ତଙ୍କ ଭୂମିକାରେ ନଜର ଆସୁଛନ୍ତି । କିନ୍ତୁ ସେ ନିଜେ ନିଜ ବାୟୋପିକ୍ କରିବାକୁ ଚାହିଁ ନାହାଁନ୍ତି । କାରଣ ତାଙ୍କର ବାସ୍ତବ ଜୀବନର କାହାଣୀକୁ ପରଦାରେ ଦେଖାଇବା ତାଙ୍କର ସେତିକି ସାହସ ନାହିଁ ବୋଲି କହିଛନ୍ତି ରଣବୀର କପୁର ।
ରଣବୀର କପୁରଙ୍କ ‘ଜଗା ଜାସୁସ୍ ’ ଅନେକ ବର୍ଷର ଲମ୍ବା ଅପେକ୍ଷା ପରେ ଶେଷରେ ରିଲିଜ ହେବାକୁ ଯାଉଛି । ଏହା ୧୮ ବର୍ଷର ‘ଜଗା ଜାସୁସ୍ ’ ଜେମ୍ସ ବଣ୍ଡଙ୍କ ହିରୋ ଭଳି ନୁହେଁ । କିନ୍ତୁ ଏହି ଫିଲ୍ମରେ ତାଙ୍କ ଭୂମିକା ଅନେକ ଗୁପ୍ତଚର କାହାଣୀର ମିଶ୍ରଣ କହିପାରିବା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/ranveer-2.jpg)