କନକ ବ୍ୟୁରୋ: ଓଡିଶା ମୋର କର୍ମଭୂମି । ମୋ ପୁଅ, ଝିଅଙ୍କ ମାତୃଭାଷା ହେଉଛି ଓଡିଆ , ସେମାନଙ୍କ ମାତୃଭୂମି ହେଉଛି ଓଡିଶା । ଯାହା ମୁଁ ପାଇଛି ସବୁ ଓଡିଶାରୁ ,ଓଡିଶାବାସୀଙ୍କଠାରୁ ପାଇଛି । ଏହା ମୋର କର୍ମଭୂମି । ଏହାକୁ ମୁଁ କେବେବି ଛାଡିପାରିବି ନାହିଁ । ଆଧ୍ୟାତ୍ମିକ ଭାବେ କହିବାକୁ ଗଲେ ମହାପ୍ରଭୁ ଯାହା ବି ଚାହୁଁଛନ୍ତି ତାହାହିଁ ହେବ । କାଲି କ’ଣ ହେବ ସେଥିପାଇଁ ମୋର ଚିନ୍ତା ନାହିଁ କିନ୍ତୁ ଆଜି ମୁଁ ଲଢିବି, ନବୀନ ବାବୁଙ୍କ ପାଇଁ ଲଢିବି ବୋଲି ଦୃଢତାର ସମ କହିଛନ୍ତି ଭିକେ ପାଣ୍ଡିଆନ୍ ।
ମୋର ପିଲାମାନେ ମୋର ଭବିଷ୍ୟତ ପିଢି । ସେମାନେ ଓଡିଶାକୁ ଭଲପାଆନ୍ତି । ମୁଁ ବି ଭଲପାଏ । ଏ ମାଟି ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି । କାଲି କ’ଣ ହେବ ମୁଁ ଜାଣିନି । ମୋର ବିଶ୍ୱାସ ସବୁ ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛାରେ ହେଉଛି । ତେଣୁ ତାଙ୍କ ଉପରେ ବିଶ୍ୱାସ ରଖି ମୁଁ ନିଜକୁ ସହଜ ମନେ କରୁଛି ଏବଂ ଟେନସନ୍ ଫ୍ରି ରହିଛି । ଭବିଷ୍ୟତ ପାଇଁ ପ୍ଲାନିଙ୍ଗ ନାହିଁ । ବର୍ତ୍ତମାନର ପ୍ଲାନିଙ୍ଗରେ ଚାଲିଛି ,ଓଡିଶାର ସେବା ପାଇଁ ନିଜକୁ ନିୟୋଜିତ କରିଛି । ଓଡିଶା ମୋର କର୍ମଭୂମି, ଏହାକୁ ଛାଡି ମୁଁ କୁଆଡେ ଯାଇପାରିବି ନାହିଁ ବୋଲି କହିଛନ୍ତି ପାଣ୍ଡିଆନ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/22-8.jpg)