ପାକିସ୍ତାନ ଉପରେ ବର୍ଷିଲେ ଆଫଗାନ୍ ପପ୍ ଷ୍ଟାର ଆର୍ଯ୍ୟାନା ସୟିଦ୍ : କହିଲେ ପାକିସ୍ତାନ ବଳରେ ବଳିୟାନ୍ ତାଲିବାନ୍,ଭାରତକୁ କଲେ ପ୍ରଶଂସା।

169

କନକ ବ୍ୟୁରୋ:ପାକିସ୍ତାନ ଉପରେ ବର୍ଷିଲେ ଆଫଗାନିସ୍ତାନର ପପ୍ ଗାୟିକା ଆର୍ଯ୍ୟାନା ସୟିଦ୍ । ତାଲିବାନକୁ ପାକିସ୍ତାନ ହିଁ ବଳ ଦେଉଥିବା ସେ କହିଛନ୍ତି । ଆଫଗାନିସ୍ତାନକୁ ନିଜ ଅକ୍ତିଆରରେ ରଖିବାକୁ ପାକିସ୍ତାନ ତାଲିବାନକୁ ଢାଲ କରୁଛି । ତାଲିବାନ ପାକିସ୍ତାନ ବଳରେ ବଳିୟାନ ବୋଲି ଆର୍ଯ୍ୟାନା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏହାସହ ଏପରି ଦୁର୍ଦ୍ଦିନରେ ଭାରତର ସହାୟତାକୁ ନେଇ ଭାରତକୁ କୃତଜ୍ଞତା ମଧ୍ୟ ଜଣାଇଛନ୍ତି ।ତାଲିବାନର ମୂଳଦୂଆ ହେଉଛି ପାକିସ୍ତାନ । ପାକିସ୍ତାନ ସରକାର ହିଁ ତାଲିବାନି ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଇ ଦୃଢ କରିଉନ୍ତି । ଆଜି ଆଫଗାନିସ୍ତାନ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ସେସବୁର ଭୂଳ କାରଣ ପାକିସ୍ତାନ । ଏହାର ଅନେକ ଭିଡିଓ ମଧ୍ୟ ସେ ଦେଖିଥିବା ପ୍ରକାଶ କରିଛନ୍ତି ।

ପାକିସ୍ତାନକୁ କୌଣସି ଆର୍ଥିକ ସହାୟତା ନକରିିବାକୁ ସେ ବିଶ୍ୱ ସମୁଦାୟକୁ ଅପିଲ କରିଛନ୍ତି । ବର୍ତ୍ତମାନ ତାଲିବାନ କେବଳ ଆଫଗାନିସ୍ତାନ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ ପାଇର୍ ଏକ ସତର୍କ ସୂଚନା । ତେଣୁ ସବୁ ରାଷ୍ଟ୍ର ଆଲୋଚନା ମାଧ୍ୟମରେ ଏହାର ସମାଧାନର ସୂତ୍ର ବାହାର କରିବାକୁ ସେ ଗଣମାଧ୍ୟମ ଜରିଆରେ ଗୁହାରି କରିଛନ୍ତି । ସୂଚନା ମୁତାବକ ଅର୍ଯ୍ୟାନା ଆଫଗାନିସ୍ତାନରୁ ଯାଇ ଏବେ ଦୋହାରେ ରହୁଛନ୍ତି । ତେବେ ଆଗକୁ ବି ସେ ତାଙ୍କର ସଙ୍ଗିତ ପରିବେଷଣ ଜାରି ରଖିବେ । ଏହାକୁ ନିଜ ଦେଶବାସୀଙ୍କ ପାଇଁ ସମର୍ପଣ କରିବେ ବୋଲି କହିଛନ୍ତି ।