କନକ ବ୍ୟୁରୋ : ଗୋଆ ରାଜନୀତିରେ ଆୟା ରାମ୍ ଗୟା ରାମ । ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତଙ୍କ ଆୟା ରାମ ଗୟା ରାମ ନୀତିକୁ ନେଇ ସବୁଆଡେ ଚର୍ଚ୍ଚା । ଚଳିତ ବର୍ଷ ଗୋଆ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଦଗମ୍ବର କାମତ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହାକୁ ନେଇ ସେ କହିଛନ୍ତି – ମୁଁ ଯାହା କରିଛି ଇଶ୍ୱରଙ୍କ ଇଚ୍ଛାରେ କରିଛି । ଭଗବାନ କହିଲେ ଯାହା ତୁମପାଇଁ ଭଲ ସେୟା କର । ବିଜେପି ଏବେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟଙ୍କ ଉନ୍ନତି ପାଇଁ କାମ କରୁଛନ୍ତି । ମତେ ଠିକ୍ ଲାଗିଲା ସେଥିପାଇଁ ମୁଁ ବିଜେପିରେ ଯୋଗଦେଲି । ପୂର୍ବରୁ ବିଜେପିରେ ଥିଲେ ଦିଗାମ୍ବର କାମତ । ପରେ କଂଗ୍ରେସରେ ମିଶିଥିଲେ । ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢିଥିଲେ ଓ ବିଜୟୀ ହୋଇଥିଲେ । ପରେ କଂଗ୍ରେସ ସୁପ୍ରିମୋଙ୍କ ନିଷ୍ପତିକୁ ନେଇ ଅସନ୍ତୁଷ୍ଟ ଥିଲେ ଦିଗାମ୍ବର । ଏପରିକି ଦଳ ବିରୋଧୀ କାର୍ଯ୍ୟକଳାପକୁ ନେଇ ବିବାଦର ସମ୍ମୁଖୀନ ହୋଇଥିଲେ । ବିଧାୟକ ଦିଗାମ୍ବର କାମତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ କଂଗ୍ରେସ ସୁପ୍ରିମୋ ।

Advertisment

- ଗୋଆରେ ୮ କଂଗ୍ରେସ୍ ଏମଏଲଏ ବିଜେପିରେ ମିଶିଛନ୍ତି
- ଏଥିରେ ଅଛନ୍ତି ଦିଗାମ୍ବର କାମତ ଓ ବିରୋଧୀ ଦଳ ନେତା ମାଇକେଲ ଲୋବୋ
- ଦଳ ଛାଡିବା ପରେ ଦିଗାମ୍ବର କହିଲେ ଭଗବାନଙ୍କ ଇଚ୍ଛାରେ କଂଗ୍ରେସ ଛାଡିଲି
- କଂଗ୍ରେସରେ ପ୍ରାଧାନ୍ୟ ଦିଆଯାଉ ନଥିବା ମଧ୍ୟ ଅନ୍ୟ କାରଣ ବୋଲି ଚର୍ଚ୍ଚା
- ଚଳିତ ଗୋଆ ବିଧାନସଭା ନିର୍ବାଚନରେ ୧୧ଟି ଆସନରେ କଂଗ୍ରେସ ବାଜି ମାରିଥିଲା
- ୧୧ ଏମଏଲଏଙ୍କ ମଧ୍ୟରୁ ୮ଜଣ ବିଜେପିରେ ଯୋଗ ଦେଇଛନ୍ତି
- ନିର୍ବାଚନ ପୂର୍ବରୁ ସମସ୍ତ କଂଗ୍ରେସ ପ୍ରାର୍ଥୀଙ୍କୁ ଦଳ ନଛାଡିବାକୁ କରାଯାଇଥିଲା ଶପଥ
- ୭ ମାସ ପରେ ୮ ବିଧାୟକ ହାତ ଛାଡି ପଦ୍ମ ଧରିଛନ୍ତି
- ଦଳରେ ଫାଟ ନେଇ ମଧ୍ୟ ହେଉଛି ଚର୍ଚ୍ଚା
- ଅର୍ଥ ଓ କ୍ଷମତା ବଳରେ କଂଗ୍ରେସକୁ ଭଙ୍ଗା ଯାଉଥିବା ହୋଇଛି ଅଭିଯୋଗ