କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପୂର୍ବରୁ ବିରୋଧୀ ଦଳର ପ୍ରାର୍ଥୀ ଯଶୱନ୍ତ ସିହ୍ନା କହିଛନ୍ତି, ସେ ଗଣତନ୍ତ୍ରର ସୁରକ୍ଷା ପାଇଁ ଠିଆ ହୋଇଛନ୍ତି । ଆଉ ତାଙ୍କ ପ୍ରତିପକ୍ଷ ଦ୍ରୌପଦୀ ମୁର୍ମୁ ସେହି ମାନଙ୍କ ଦ୍ୱାରା ସମର୍ଥିତ, ଯେଉଁମାନେ ଗଣତନ୍ତ୍ରର ହତ୍ୟାକାରୀ ।

publive-image

ଗତକାଲି ଟ୍ୱିଟ୍ କରି ଏପରି କହିଛନ୍ତି ଯଶୱନ୍ତ ସିହ୍ନା । ଏଥିସହ ସମସ୍ତ ରାଜନୈତିକ ଦଳର ସାଂସଦ ଓ ବିଧାୟକଙ୍କୁ ଟ୍ୱିଟ୍ ଜରିଆରେ ଅନ୍ତିମ ଆବେଦନ କରି କହିଛନ୍ତି, ଏହି ନିର୍ବାଚନ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ହେଉନାହିଁ ।

ବରଂ ଦୁଇଟି ବିଚାରଧାରା ମଧ୍ୟରେ ହେଉଛି । ସେ ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ପ୍ରତିଦିନ ଗଣତନ୍ତ୍ର ଉପରେ ଆକ୍ରମଣ କରୁଥିବା ଲୋକମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରୁଛନ୍ତି । ସାଂସଦ ଓ ବିଧାୟକଙ୍କୁ ନିଜ ବିବେକର ଆହ୍ୱାନରେ ଭୋଟ୍ ଦେବା ପାଇଁ ଅନୁରୋଧ କରିଛନ୍ତି । ସେହିପରି ସେ ଏକଦା ବିଜେପିରେ ଥିଲେ । ତେଣୁ ବିଜେପି ଦଳର ନିର୍ବାଚିତ ପ୍ରତିନିଧି ତାଙ୍କୁ ଭୋଟ୍ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି ।