ବୁଲାବିକାଳିଙ୍କ ଟୋକେଇ ଠେଲାଗାଡ଼ିରେ ଲାଗିଲା ‘ମୁଁ ଟିକା ନେଇଛି’ ଷ୍ଟିକର : ଲୋକଙ୍କୁ କରୋନା ଟିକା ନେବା ପାଇଁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ

343

କନକ ବ୍ୟୁରୋ : ଲୋକଙ୍କୁ କରୋନା ଟିକା ନେବା ପାଇଁ ସଚେତନ କରିବାକୁ ନିଆରା ପ୍ରୟାସ । ହିଂଜିଳିକାଟୁ ପୌରପରିଷଦ ପକ୍ଷରୁ ବୁଲାବିକାଳି ଓ ସର୍ବସାଧାରଣଙ୍କୁ ଟିକା ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ପାଇଁ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି । ‘ମୁଁ ଟିକା ନେଇଛି’ ବୋଲି ଷ୍ଟିକର ମାରିବାକୁ ଅନୁରୋଧ କରାଯାଇଛି ।

ବୁଲାବିକାଳିମାନେ ‘ମୁଁ ଟିକା ନେଇଛି’ ବୋଲି ଷ୍ଟିକର ମାରିଛନ୍ତି । ସେମାନେ ସାମଗ୍ରୀ ବିକୁ ଥିବା ଟୋକେଇ ଓ ଠେଲା ଗାଡିରେ ଷ୍ଟିକର ମରାଯାଇଛି । ଏହା ସହ ଦୋକାନୀ ଓ ଦୋକାନରେ କାମ କରୁଥିବା କର୍ମଚାରୀ ମଧ୍ୟ କିପରି ଟିକା ନେବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇଛି । ଦୋକାନୀ ଓ କର୍ମଚାରୀ ଟିକା ନେଇଥିବା ପ୍ରମାଣପତ୍ର ରଖିବେ ଓ ଗ୍ରାହକଙ୍କୁ ସଚେତନ କରିବେ । ପୂର୍ବରୁ ଗଞ୍ଜାମ ଜିଲ୍ଲାପାଳ ପ୍ରତ୍ୟେକ ବ୍ୟବସାୟୀଙ୍କୁ ଟିକା ନେଇ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।