କନକ ବ୍ୟୁରୋ : ଅଜିତ ପାୱାରଙ୍କୁ ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର । ଦଳର ବିଭାଜନ କଥାକୁ ଏଡାଇ ଦେଇଛନ୍ତି ଶରଦ । ସାମ୍ବାଦିକ ସମ୍ମିଳନୀ କରି ଶରଦ କହିଛନ୍ତି କିଛି ବିଧାୟକ ଦଳ ଛାଡିଛନ୍ତି ସତ କିନ୍ତୁ ଦଳ କେବଳ ବିଧାୟ୍କଙ୍କୁ ନେଇ ବୋଲି ଏହା ଭାବିବା ଭୂଲ । ଏନସିପି ବିଭାଜିତ ହୋଇନି । ବିଶ୍ୱସ୍ତ ବିଧାୟକ, ବିଦ୍ରୋହୀ ବିଧାୟକ, ସମସ୍ତଙ୍କଠୁ ଉପରେ ଦଳ । ଏଥିସହ ବିଜେପିକୁ ଟାର୍ଗେଟ କରି ଶରଦ କହିଛନ୍ତି ବିଜେପି ନେତୃତାଧୀନ କେନ୍ଦ୍ର ସରକାରଙ୍କ ଏକଛତ୍ରାବାଦୀ ଶାସନ ଗଣତନ୍ତ୍ରକୁ ବିପଦରେ ପକାଇଛି । କେନ୍ଦ୍ର ସରକାର କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଗୁଡିକର ଅପବ୍ୟବହାର କରୁଛନ୍ତି । ଏହା ଦେଶ ପାଇଁ ଆଦୌ ଶୁଭ ସଂକେତ ନୁହେଁ ବୋଲି ସେ କହିଛନ୍ତି ।

Advertisment