ଏବେ ବି ସସପେଣ୍ଡ ପରେ ମୁଁ କଂଗ୍ରେସରେ ଅଛି । କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ : ଚିରଞ୍ଜୀବ ବିଶ୍ୱାଳ

103

କନକ ବ୍ୟୁରୋ: ସସପେଣ୍ଡ ପରେ ବି ମୁଁ ଦଳରେ ଅଛି । ନିଲମ୍ବନ ପରେ ବରିଷ୍ଠ ରାଜନେତା ଚିରଞ୍ଜୀବ ବିଶ୍ୱାଳଙ୍କ ପ୍ରେସମିଟ୍ । ସେ କହିଛନ୍ତି କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ । ଆପଣମାନେ ଏକଜୁଟ ରୁହନ୍ତୁ, ନହେଲେ ଚକ୍ରାନ୍ତ ଚାଲିବ । ମୁଁ ସବୁବେଳେ କହିଥିଲି ଯେ ଆମେ ଗ୍ରାଉଣ୍ଡରେ ଯାଇ କାମ କରିବା ଦରକାର ଏହା କରିବା ଦ୍ୱାରା ହିଁ କଂଗ୍ରେସ ଦଳ ମଜବୁତ ହୋଇପାରିବ । କେବଳ ଏତିକି ନୁହେଁ ନୂଆ ଯୁବକମାନଙ୍କୁ ତିଆରି କରାଯିବ ତେବେ କଂଗ୍ରେସ ସୁଦୃଢ ହେବ । ମୋତେ ଏହା ବହୁତ କଷ୍ଟ ଦେଇଛି । ମୁଁ ଏବେ ମଧ୍ୟ ସସପେଣ୍ଡ ପରେ କଂଗ୍ରେସରେ ଅଛି । ଦଳରୁ ମୋତେ ହଟାଇବା କଂଗ୍ରେସ ପାଇଁ ଶୁଭଙ୍କର ନା ନାହିଁ ତାହା ଓଡିଶାବାସୀ କହିବେ । କଂଗ୍ରେସ କର୍ମୀ, ନେତା ଏହାକୁ ଚିନ୍ତା କରିବାର ଅଛି ।

ଉପନିର୍ବାଚନ ପରଠାରୁ ଆମ ଦଳର ଭୋଟ ହାର କମିଛି । ପଞ୍ଚାୟତରେ ଦଳର ମାତ୍ର ୧୫୦ରୁ ୨ ଶହ ଭୋଟ ରହୁଛି । ଯଦି ସତଟା କହିବା ପାପ ତାହେଲେ ମୁଁ ପାପ କରିଛି । ମୁଁ ବିଜେଡିର ହାୱା ପରେ ବି ତିର୍ତ୍ତୋଲ ଆଉ ଜଗତସିଂହପୁରରୁ ଜିତିକି ଆସିଛି । କିନ୍ତୁ ମୋ ବିରୋଧରେ ଚକ୍ରାନ୍ତ କରିଥିବା ଲୋକ ୧୯୯୬ରୁ ୧୯୯୮ ପରେ ସିଧାସଳଖନିର୍ବାଚନରେ ଜିତିପାରିନାହାନ୍ତି । ଏ ଚକ୍ରାନ୍ତ କଣ ପାଇଁ ହେଉଛି, କାହା ନିର୍ଦ୍ଦେଶରେ ହେଉଛି ମୁଁ ଜାଣିନାହିଁ । ମୁଁ ଆହ୍ୱାନ ଦେଉଛି ଏ ଚକ୍ରାନ୍ତ ପଣ୍ଡ ପାଇଁ ଏକଜୁଟ ହୁଅନ୍ତୁ । ନହେଲେ ଏ ଚକ୍ରାନ୍ତ ଚାଲୁ ରହିବ ।