ସନ୍ତାନ ଜନ୍ମ ପରେ ଅଭିନେତ୍ରୀ କରୀନା କପୁର ନିଜର ପୁରୁଣା ଅନ୍ଦାଜକୁ ଫେରିବାକୁ ଖୁବ୍ ପ୍ରୟାସ ଚଳେଇଛନ୍ତି । ନିଜର ଆଗାମୀ ଫିଲ୍ମ ‘ବିରେ ଦି ୱେଡିଂ’ରେ ନଜର ଆସୁଛନ୍ତି କରୀନା । ଯେଉଁଥିରେ ସୋନମ କପୁର ଏବଂ ସ୍ୱରା ଭାସ୍କର ମଧ୍ୟ ଅଛନ୍ତି । ଫିଲ୍ମର ସୁଟିଂ ଡେସେମ୍ବରରେ ଆରମ୍ଭ ହେବ । କରୀନା ପୂରା ଫିଟ୍ ନଜର ଆସିବାକୁ ଯୋଗ କ୍ଲାସ୍ ବି ଯାଉଛନ୍ତି ।
ଗତ ବର୍ଷ ଡିସେମ୍ବରରେ କରୀନା ପୁଅ ତୈମୂରକୁ ଜନ୍ମ ଦେଇଥିଲେ । ନିଜର ଗର୍ଭବତୀ ସମୟରେ କରୀନା ଚର୍ଚ୍ଚାରେ ଥିଲେ । ବହୁତ କମ୍ ଅଭିନେତ୍ରୀ ଗର୍ଭବତୀ ହେବା ସହ ଷ୍ଟାଇଲକୁ ବଜାୟ ରଖିଥାନ୍ତି । କରୀନା ଏବେ ନିଜ ମାତୃତ୍ୱକୁ ନେଇ ଆନନ୍ଦ ଉପଭୋଗ କରିବା ସହ , ଫିଲ୍ମ ଫ୍ଲୋରକୁ ଆସିବାକୁ ଚାହିଁଛନ୍ତି । ମୁମ୍ବାଇ ମିରର ସହ ନିଜର ଭବିଷ୍ୟତର କାର୍ଯ୍ୟକ୍ରମ ବିଷୟରେ କହିବାକୁ ଯାଇ କହିଥିଲେ , ‘ ମୁଁ ଏବେ ସମସ୍ତଙ୍କ ସ୍କ୍ରିପ୍ଟ ପଢୁଛି । ହେଲେ ମୋତେ ଡର ଲାଗୁଛି ଏ କାମ ଚକ୍କରରେ କାଳେ ମୁଁ ପୁଅ ତୈମୂର ଠାରୁ ଦୂରେଇ ଯିବି ’ । ନିକଟରେ ମା’ ବନିଥିବା କରୀନା ଯିଏ ଏବେ କାମ କରିବାକୁ ବାହାରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/kareena.jpg)