ଆପଣଙ୍କ ବଜାର ଘୃଣାର, ମୋର ଦୋକାନ ଭଲ ପାଇବାର ... ଭାରତ ଯୋଡୋ ଯାତ୍ରାକୁ ନେଇ ରାହୁଲ କାହିଁକି କହିଲେ ଏମିତି ପଢନ୍ତୁ

ଆପଣଙ୍କ ବଜାର ଘୃଣାର, ମୋର ଦୋକାନ ଭଲ ପାଇବାର ... ଭାରତ ଯୋଡୋ ଯାତ୍ରାକୁ ନେଇ ରାହୁଲ କାହିଁକି କହିଲେ ଏମିତି ପଢନ୍ତୁ

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି, ଏହି ଦେଶର ପ୍ରେମର ଦେଶ, ଏଠାରେ ଘୃଣାର ସ୍ଥାନ ନାହିଁ । ତେଣୁ ଏହି ଘୃଣାର ବଜାରରେ ମୁଁ ଭଲ ପାଇବାର ଦୋକାନ ଖୋଲିଛି । ଜନସଭାକୁ ସମ୍ବୋଧନ ବେଲେ ରାହୁଲ ଗାନ୍ଧୀ କହିଛନ୍ତି, ଭାରତ ଯୋଡୋ ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଥିବା ଭାଜପା ନେତାଙ୍କୁ ମୁଁ କହିଦେବାକୁ ଚାହେଁ ଘୃଣାର ବଜାରରେ ମୁଁ ଭଲ ପାଇବାର ଦୋକାନ ଖୋଲିଛି । ସେ କହିଛନ୍ତି ଆପଣଙ୍କ ବଜାର ଘୃଣାର ମୋର ଦୋକାନ ପ୍ରେମ ଆଉ ଭଲ ପାଇବାର ।

ଭାଜପା ନେତାଙ୍କୁ ଘୃଣାର ବଜାରରେ ଭଲ ପାଇବାର ଦୋକାନ ଖୋଲିବାକୁ ଆଗକୁ ଆସିବା ଦରକାର । ଶେଷରେ ତାଙ୍କୁ ଏହା କରିବାକୁ ହିଁ ପଡିବ କାହିଁକି ନା ଆମ ଦେଶ ପ୍ରେମ ଆଉ ଭଲପାଇବାର ଦେଶ । ସଭାରେ ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗେହଲଟ ମଧ୍ୟ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe