କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସୋମବାର କହିଛନ୍ତି, ଏହି ଦେଶର ପ୍ରେମର ଦେଶ, ଏଠାରେ ଘୃଣାର ସ୍ଥାନ ନାହିଁ । ତେଣୁ ଏହି ଘୃଣାର ବଜାରରେ ମୁଁ ଭଲ ପାଇବାର ଦୋକାନ ଖୋଲିଛି । ଜନସଭାକୁ ସମ୍ବୋଧନ ବେଲେ ରାହୁଲ ଗାନ୍ଧୀ କହିଛନ୍ତି, ଭାରତ ଯୋଡୋ ଯାତ୍ରାକୁ ନେଇ ପ୍ରଶ୍ନ ଉଠାଇଥିବା ଭାଜପା ନେତାଙ୍କୁ ମୁଁ କହିଦେବାକୁ ଚାହେଁ ଘୃଣାର ବଜାରରେ ମୁଁ ଭଲ ପାଇବାର ଦୋକାନ ଖୋଲିଛି । ସେ କହିଛନ୍ତି ଆପଣଙ୍କ ବଜାର ଘୃଣାର ମୋର ଦୋକାନ ପ୍ରେମ ଆଉ ଭଲ ପାଇବାର ।

Advertisment

ଭାଜପା ନେତାଙ୍କୁ ଘୃଣାର ବଜାରରେ ଭଲ ପାଇବାର ଦୋକାନ ଖୋଲିବାକୁ ଆଗକୁ ଆସିବା ଦରକାର । ଶେଷରେ ତାଙ୍କୁ ଏହା କରିବାକୁ ହିଁ ପଡିବ କାହିଁକି ନା ଆମ ଦେଶ ପ୍ରେମ ଆଉ ଭଲପାଇବାର ଦେଶ । ସଭାରେ ମଲ୍ଲିକାର୍ଜୁନ ଖଡଗେ, ଅଶୋକ ଗେହଲଟ ମଧ୍ୟ ଉପସ୍ଥିତ ରହିଥିଲେ ।