ବଦଳିବେନି ପିସିସି ସଭାପତି: ରାଜ୍ୟ ପିସିସି ମୁଖିଆ ପରିବର୍ତ୍ତନ ଚର୍ଚ୍ଚା ନେଇ ବରିଷ୍ଠ କଂଗ୍ରେସ ନେତା ରଞ୍ଜୀବ ବିଶ୍ୱାଳଙ୍କ ବୟାନ; କହିଲେ-ମୁଁ ପିସିସି ଦୌଡ଼ରେ ନାହିଁ, ଓଡ଼ିଶା ପିସିସି ପରିବର୍ତ୍ତନ ନେଇ AICC ସେମିତି କିଛି ନିଷ୍ପତ୍ତି ନେଇନି

326

କନକ ବ୍ୟୁରୋ: ରାଜ୍ୟରେ ପିସିସି ସଭାପତି ପରବର୍ତ୍ତନ ଚର୍ଚ୍ଚା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ଯାହା ତାଙ୍କ ପାଖରେ ଖବର ଅଛି ପିସିସି ପରବର୍ତନ ପାଇଁ ଏଆଇସିସି କୌଣସି ନିଷ୍ପତ୍ତି ନେଇନାହିଁ । ଯେଉଁମାନେ ଭାବୁଛନ୍ତି ଗୁଜରାଟରେ କାର୍ଯ୍ୟକାରୀ ସଭାପତି ସଭାପତି ନିଯୁକ୍ତ ହେଲେ ବୋଲି ପିସିସି ପରବର୍ତନ ହେବ ସେମିତି କିଛି ସମ୍ଭାବନା ନାହିଁ । ବର୍ତମାନ ଯେଉଁ ଚର୍ଚ୍ଚା ଚାଲିଛି ତାହା କେବଳ କଳ୍ପନା ଉପରେ ଆଧାରିତ । ରଞ୍ଜୀବ ବିଶ୍ୱାଳ ଆହୁରି କହିଛନ୍ତି, ତାଙ୍କର ବିଶ୍ୱାସ ଯିଏ ପିସିସି ସଭାପତି ଅଛନ୍ତି, ସିଏ ଆଗକୁ ବି ଦାୟିତ୍ୱରେ ରହୁଛନ୍ତି ।