ଖୁବଶୀଘ୍ର ଆସୁଛି ହାଇପରସୋନିକ ବିମାନ । ଘଂଟାପ୍ରତି ବେଗ ୫ ହଜାର କିଲୋମିଟର, ଦେଢ ଘଂଟାରେ ଦିଲ୍ଲୀରୁ ଲଣ୍ଡନ

153

କନକ ବ୍ୟୁରୋ : ବିମାନ ନିର୍ମାଣ କ୍ଷେତ୍ରର ଷ୍ଟାର୍ଟଅପ୍ ହର୍ମେୟୁସ ନିଜର ହାଇପରସୋନିକ ବିମାନକୁ ନେଇ ଚାଲିଥିବା କଳ୍ପନ ଜଳ୍ପନାର ଅନ୍ତ ଘଟାଇଛି । କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ହାଇପରସୋନିକ ବିମାନର ନାମ ‘କ୍ୱାର୍ଟରହର୍ସ’ ରଖାଯାଇଛି । କମ୍ପାନୀ ଏବେ ପ୍ରୋଟୋଟାଇପ ବିମାନ ନିର୍ମାଣ କରିଛି । ଏହି ବିମାନରେ ଏବେ ଯାତ୍ରୀ ପରିବହନକୁ ଅନୁମତି ମିଳିନାହିଁ । କମ୍ପାନୀ ତରଫରୁ ଆଶା କରାଯାଇଛି କି ଆସନ୍ତାବର୍ଷ ସୁଦ୍ଧା ଏହି ବିମାନ ଆକାଶରେ ଉଡିପାରିବ ।

ଗତ ମଙ୍ଗଳବାର ଦିନ କମ୍ପାନୀ ତରଫରୁ ପ୍ରୋଟୋଟାଇପ ବିମାନର ଲଞ୍ଚପାଇଁ ଘୋଷଣା କରାଯାଇଛି । କମ୍ପାନୀ କହିଛି କି ତାଙ୍କର ଏହି ପରିଯୋଜନା ପାଇଁ ଆମେରିକା ଏୟାରଫୋର୍ସ ତରଫରୁ ୬ କୋଟି ଡଲାର ବା ୪୫୦ କୋଟି ଟଙ୍କା ପ୍ରଦାନ କରାଯାଇଥିବା କୁହାଯାଇଛି । ଅଗଷ୍ଟ ମାସରେ କମ୍ପାନୀକୁ ଏହି ଫଣ୍ଡ ମିଳିବା ପରେ କମ୍ପାନୀ ତରଫରୁ କୁହାଯାଇଥିଲା କି ୧୮ ମାସ ମଧ୍ୟରେ ଏହି ବିମାନ ଆକାଶରେ ଉଡିବ ।

ଏହି ହାଇପରସୋନିକ ବିମାନ ଆମେରିକାବାସୀଙ୍କର ବେସ୍ ପସନ୍ଦ ହୋଇଛି । ଆମେରିକାର ବାୟୁସେନା ଭବିଷ୍ୟତରେ କାର୍ଯ୍ୟନିର୍ବାହୀ ଶ୍ରେଣୀ ପାଇଁ ଏହି ପ୍ରକାରର ବିମାନ ବ୍ୟବହାର କରିବ ବୋଲି ଆଶା କରାଯାଉଛି । ଫଳରେ ବିଶେଷ ବ୍ୟକ୍ତିମାନେ ଏହି ବିମାନ ସହାୟତାରେ କମ ସମୟ ମଧ୍ୟରେ ଦୁନିଆର କୌଣସି ସ୍ଥାନରେ ପହଂଚିପାରିବେ ।

ଷ୍ଟାର୍ଟଅପ୍ ହର୍ମେୟୁସ ର ସିଇଓ ସ୍କାଇଲର ସଫୋଡେ କହିଛନ୍ତି କି, ଯେତେବେଳେ କୌଣସି ବିମାନ ନିର୍ମାତା କମ୍ପାନୀ କୌଣସି ବିମାନ ଉପରୁ ପରଦା ହଟାଇଥାଏ ସେତେବେଳେ ସ୍ଟାଇରୋପୋମ ଓ ଫାଇବର ଗ୍ଲାସ ବ୍ୟତୀତ ଅନ୍ୟ କିଛି ନଥାଏ । ହେଲେ କମ୍ପାନୀ ୪ ମାସ ମଧ୍ୟରେ ଏହି ବିମାନର ଡିଜାଇନ ପ୍ରସ୍ତୁତ କରିଛି ।

କମ୍ପାନୀ ତରଫରୁ ‘କ୍ୱାର୍ଟରହର୍ସ’ ର ଇଞ୍ଜିନ ପରୀକ୍ଷଣ କରିସାରିଛି । ଏହା ଟର୍ବାଇନ ବେସଡ୍ କମ୍ବାଇଣ୍ଡ ସାଇକେଲ ଇଞ୍ଜିନ । ଏହି ବିମାନ ସାମାନ୍ୟ ରନୱେରେ ବି ସହଜରେ ଉହ୍ଲାଇ ପାରିବ ।